Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋକସରା ସହର ର ଉନ୍ନୟନ କାର୍ଯ୍ୟ ପାଇଁ ଗ୍ରାମସଭା ବୈଠକ; ଯୋଗଦେଲେ ଜନ ପ୍ରତିନିଧି ପ୍ରଶାସନିକ ଅଧିକାରୀ ଓ ସଚେତନ ନାଗରିକ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଉନ୍ନୟନ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସୋମବାର କୋକସରା କଲ୍ୟାଣ ମଣ୍ଡପ ରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭା ରେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ, କୃଷକ ନେତା ଶିବ ପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ସମେତ କୋକସରା ଗ୍ରାମର ସଚେତନ ନାଗରିକ ବୁଦ୍ଧିଜୀବୀ ମହିଳା ମାନେ ଉପସ୍ଥିତ ରହି କୋକସରା ନୂତନ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ ପାଇଁ ଜାଗା ନିରୂପଣ ଉପରେ ନିଜର ମତାମତ ପ୍ରଦାନ କରିଥିଲେ, ପ୍ରଶାସନିକ ଅଧିକାରୀ ଓ।ଜନ ପ୍ରତିନିଧି ଙ୍କ ଉପସ୍ଥିତି ରେ ସର୍ଵ ସମ୍ମତ୍ତି କ୍ରମେ ନିରୂପଣ ସ୍ଥାନ ରେ ବସ ଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଏକ କମିଟିର ଗଠନ କରାଯାଇ ଆଗକୁ ଉନ୍ନୟନ କାର୍ଯ୍ୟ ର ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି