Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକଳ୍ପ କାର୍ଯ୍ୟ ର ସ୍ଥାନ ନିରୂପଣ ପାଇଁ ଗ୍ରାମସଭା ବୈଠକ

କୋକସରା:୧୨/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ର ନୂତନ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ ପ୍ରକଳ୍ପ ର କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ ସମ୍ପର୍କିତ ଏକ ଗ୍ରାମସଭା ସୋମବାର କୋକସରା ସଦର ମହକୁମାର କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭା ରେ କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଆର ଆଇ ଝାନ୍ସି ରାଣି ଦିଶାରୀ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ, କୃଷକ ନେତା ଶିବ ପ୍ରସାଦ ପ୍ରଧାନୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ ସମେତ କୋକସରା ଗ୍ରାମର ଯୁବକ ଗୋଷ୍ଠୀ,ସଚେତନ ନାଗରିକ ବୁଦ୍ଧିଜୀବୀ,ମହିଳା ମାନେ ଉପସ୍ଥିତ ରହି କୋକସରା ନୂତନ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ ପାଇଁ ଜାଗା ନିରୂପଣ ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ଙ୍କ ଉପସ୍ଥିତି ରେ ସର୍ଵ ସମ୍ମତ୍ତି କ୍ରମେ ନିରୂପଣ ସ୍ଥାନ ରେ ବସଷ୍ଟାଣ୍ଡ ଓ ମୋଡେଲ ଶ୍ମଶାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କୋକସରା ପଞ୍ଚାୟତ ଅଧୀନରେ ଥିବା ଜାତୀୟ ରାଜପଥ ୨୬ ପାର୍ଶ୍ଵରେ ଥିବା ପୁରୁଣା ବଜାର ପଡ଼ିଆ ରେ ନୂତନ ବସଷ୍ଟାଣ୍ଡ ଓ ପୂର୍ବରୁ ମାଝୀଗୁଡା ଛକ ନିକଟରେ ରହିଥିବା ଶ୍ମଶାନ କୁ ହିଁ ମୋଡେଲ ଶ୍ମଶାନ କରିବାକୁ ସମସ୍ତେ ପ୍ରସ୍ତାବ ଦେଇଥିଲେ। ଗ୍ରାମସଭା ରେ ପାରିତ ହୋଇଥିବା ପ୍ରସ୍ତାବ ଅନୁସାରେ ବୈଠକରେ ଏକ କମିଟିର ଗଠନ କରାଯାଇ ଆଗକୁ ଉନ୍ନୟନ କାର୍ଯ୍ୟ ର ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି। ଗ୍ରାମସଭା ରେ ପୁର୍ବତନ ସମିତି ସଭ୍ୟ ତ୍ରିଭୁବନ ନାଏକ, ଶ୍ରୀନିବାସ ପ୍ରଧାନୀ ,ମହେଶ କୁମାର ଗୁପ୍ତା, ଯୁବ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନୀ, ଅଇରୀ ନାସନ ଚିନ୍ଦା,ମହେନ୍ଦ୍ର ନେଗି, ପ୍ରମୋଦ ପ୍ରଧାନୀ,ବିଶ୍ୱନାଥ ପଟ୍ଟନାୟକ,ସନତ କୁମାର ପ୍ରଧାନୀ, ଚନ୍ଦ୍ରଭାନୁ ସୁନା,ଦେବରାଜ ମାଝୀ ,ମାନସ ପ୍ରଧାନୀ,ସନ୍ତୋଷ ନାଏକ ସମେତ କୋକସରା ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ