Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିନି ୩ ମାସ ର ପିଡିଏସ ଚାଉଳ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ବାଟିଗୁଡା ହିତାଧିକାରୀ

କୋକସରା: ୧୩/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ୱାର୍ଡ଼ ନମ୍ବର ୧୦ ଓ ୧୧ ର ଶତାଧିକ ପିଡ଼ିଏସ ହିତାଧିକାରୀ ଙ୍କୁ ଗତ ୩ ମାସ ମାର୍ଚ୍ଚ ଅପ୍ରେଲ ଓ ମେ।ମାସ ର ଚାଉଳ ପିଡ଼ିଏସ ଚାଉଳ ମିଳିନାହିଁ। ମୋଟେର ପଞ୍ଚାୟତ ରେ ଯୋଗାଣ ସହାୟକ ଥିବା ପରମାନନ୍ଦ ଧ. ମାଝୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜିକାଲି।କହି ଦିନ ଗଡାଇ ଚାଲିଥିବା ବେଳେ ଚାଉଳ ଦେବାର ନା ଧରୁନାହାନ୍ତି। ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ବାଟିଗୁଡା ଗ୍ରାମର ୨ ଗୋଟି ୱାର୍ଡ଼ ସଭ୍ୟା ଙ୍କ ସହିତ ଶତାଧିକ ମହିଳା ହିତାଧିକାରୀ ମାନେ କୋକସରା ବ୍ଲକ କୁ ଆସି ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ ଙ୍କୁ ଭେଟି ଯୋଗାଣ ସହାୟକ ଙ୍କ ନାମରେ ଅଭିଯୋଗ କରିବା ସହ ଯୋଗାଣ ସହାୟକ ଥିବା ପରମାନନ୍ଦ ଧ.ମାଝୀ ଙ୍କୁ ମୋଟେର ପଞ୍ଚାୟତ ରୁ ହଟାଇବା ପାଇଁ ଦାବି କରିଛନ୍ତି। କୋକସରା ବିଡ଼ିଓ ଅନୁପସ୍ଥିତ ଥିବାରୁ ଯୋଗାଣ ଅଧିକାରୀ ଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ ଙ୍କୁ ପଚାରିବାରୁ ସମ୍ପୃକ୍ତ ଯୋଗାଣ ସହାୟକ ଚାଉଳ ଉଠାଇ ମଧ୍ୟ କାହିଁକି ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ କରି ନାହାଁନ୍ତି,ତଦନ୍ତ କରି ଯୋଗାଣ ସହାୟକ ଙ୍କ ବିରୋଧ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାସହ ହିତାଧିକାରୀ ଙ୍କୁ ୩ ମାସ ର ଚାଉଳ ଯୋଗାଣ କରାଯିବ ବୋଳି କହିଛନ୍ତି।।ଅନ୍ୟପଟେ ଯୋଗାଣ ଏହାୟକ ଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ