Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବେଶ ସପ୍ତାହ ଉଦଯାପିତ; କୁଟୁରାଚୁଆଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ପ୍ରକୃତିବଂଧୁଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ପରିବେଶ ସପ୍ତାହ ଦିବସ ଉଦଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଖାପାଖି ୨ଶହ ଚାରା ରୋପଣ କରାଯାଇଥିଲା। ଶେଷରେ ଆଜି ୨୦ ଟି ଚାରା ରୋପଣ ସହ ପରିବେଶ ସପ୍ତାହ ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନୀଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଏକାଧିକବାର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଏହି କଲେଜର ଅବସର ନେଇଥିବା ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ପ୍ରକୃତିବନ୍ଧୁ ଭାବେ ପୁରସ୍କୃତ ହୋଇଥିବା ଭାତପୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତନଲାଲ ସିଂ, ମହୁଲପାଲି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ବାଉରିଗୋଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ବାଘ, ସାମାଜିକ କର୍ମୀ ସରୋଜ ମେହେର ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ବିନା ଜଳ କଷ୍ଟ ଓ ସ୍ଵାଭାବିକ ଜୀବନ ସମ୍ଭବ ନୁହେଁ ବୋଲି ମତ ଦେଇଥିଲେ। ୫ଜଣ ଯାକ ପ୍ରକୃତିବନ୍ଧୁ ଅନ୍ୟ ପରିବେଶ କର୍ମୀଙ୍କ ସହ ମିଶି ଚଳିତ ବର୍ଷ କୁଚିଣ୍ଡା ଉପଖଣ୍ଡରେ ଦଶ ହଜାର ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ, କବି ରଜନୀ ପଟେଲ, ଅଧ୍ୟାପିକା ଭାବନା ପାଣ୍ଡେ, ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିସହ ପରିବେଶ ସୁରକ୍ଷା ନେଇ ୧୦ ଦଫା ସମ୍ବଳିତ ଏକ ଶପଥ ଗ୍ରହଣ ସ୍ୱାକ୍ଷର ସଂଗ୍ରହ ଅଭିଯାନ କରାଯିବ ବୋଲି ଘୋଷଣା କରିଥିଲେ। ଶେଷରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର କର୍ମଚାରୀ, ଛାତ୍ର ଛାତ୍ରୀ ଓ ଅନ୍ୟ ପରିବେଶ କର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ