Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି କୁ ନେଇ ଦାବିପତ୍ର ପ୍ରଦାନ

କୋକସରା: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି କୁ ନେଇ ବୁଧବାର କୋକସରା ବ୍ଲକ ନିକଟରେ ଓବିସି,ଏସ.ଟି,ଏସ.ସି ମିଳିତ ମହାସଂଘ କଳାହାଣ୍ଡି କୋକସରା ଶାଖା ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଦିଗାମ୍ବର ଦୁରିଆ, ଡମ୍ବରୁ ଧର ଲହଜଳ, ଡାକେଶ୍ୱର ଲହଜଳ, ଲିଙ୍ଗରାଜ ବେହେରା, କ୍ଷୀରସିନ୍ଧୁ ବୋଡକିଆ, ଦିଗାମ୍ବର ନାଗ , ଜୟହରି ପଟେଲ, କୃଷ୍ଣ ନାଏକ, ପ୍ରଧାନୀ ବାଗ, ତେଜରାଜ ଦୁରିଆ,ଗଜିନ୍ଦ୍ର ନାଗ, ଭୁବନେ ଦୁର୍ଗା,ଲଛମନ ନାଏକ,ରତନ ନାଏକ, ଜୟରାମ ମହାନନ୍ଦ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଓବିସି,ଏସ.ଟି,ଏସ.ସି ବର୍ଗ ପାଇଁ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ଅଣଦେଖା କୁ ନେଇ ପ୍ରତିବାଦ କରିଥିଲେ।

ଓବିସି,ଏସ.ଟି,ଏସ.ସି ମୂଳ ନିବାସୀ ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷା ବୃତ୍ତିଗତ ଓ ବୈଷୟିକ ଶିକ୍ଷା ସରକାରୀ ନିଯୁକ୍ତି ରେ ଜନସଂଖ୍ୟା ଅନୁସାରେ ସଂରକ୍ଷଣ, ତୃତୀୟ, ଚତୁର୍ଥ ଶିକ୍ଷକ କିରାଣୀ ପଦବୀ କୁ ଜିଲ୍ଲା ଭିତ୍ତିକ କରାଯିବା, ସିଟି ବିଇଡି ଯୁକ୍ତ ୨ ଓ ଡିଗ୍ରୀ ମହାବିଦ୍ୟାଳୟ ରେ ୯୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଶିକ୍ଷା ର ଘରୋଇକରଣ ବନ୍ଦ କରିବା,ସମାଜ ମଙ୍ଗଳ ନିଭାଗ ପକ୍ଷରୁ ପ୍ରତି ବ୍ଲକ ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଆଵାସ କଲେଜ ଖୋଲାଯାଉ,ସିଟି, ସିୟୁସିଇଟି, ୟୁପିଏସସି,ଓପିଏସସି ପରୀକ୍ଷା ଜିଲ୍ଲା ସ୍ତରରେ କରାଯାଉ, ପ୍ରଶାସନିକ ସେବା ଚୟନ ପାଇଁ ପ୍ରତ୍ୟେକ ଜିଲ୍ଲା ର ୧୦୦ ଜଣ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ମାଗଣା କୋଚିଂ ବ୍ୟବସ୍ଥା, ପ୍ରତିବର୍ଷ ରାଜ୍ୟ ସ୍ତରରେ ୧୦୦ ଜଣ ଓବିସି,ଏସ.ଟି,ଏସ.ସି ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ବିଦେଶ ରେ ଅଧ୍ୟୟନ ବ୍ୟବସ୍ଥା ଭଳି ଦାବି କରାଯାଇଛି। ପରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କ୍ଷୀରସିନ୍ଧୁ ବୋଡ଼କିଆ ମଞ୍ଚ ପରିଚାଳନା କରିଥିଲେ।