Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା କୁ ମୁଖାଗ୍ନି ଦେଇ ଝିଅ ସୃଷ୍ଟି କଲେ ଉଦାହରଣ

କୋକସରା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାର ବାହାଲ ଗ୍ରାମରେ ମେଡ଼ିକାଲ ଅଫିସର ଡ଼. ଦୀନବନ୍ଧୁ ସାହାଣି ଙ୍କ ଧର୍ମପତ୍ନୀ ରାମା ସାହାଣି (୫୫) ଦୀର୍ଘ ୩/୪ ବର୍ଷ ହେବ କିଡନୀ ଜନିତ ରୋଗ ରେ ପୀଡିତ ରହିଥିବା ବେଳେ ମଙ୍ଗଳବାର ଦିନ ୧୧ ଟା ସମୟରେ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ଡ଼.ସାହାଣି ଙ୍କ କୌଣସି ପୁଅ ନଥିବା ବେଳେ ତାଙ୍କ ଏକମାତ୍ର ଝିଅ ଚୁମକି ସାହାଣି ଭୁବନେଶ୍ୱର ରେ ଏମବିଏ ପଢ଼ୁଥିବା ବେଳେ ମା କୁ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ମା ଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ମୃତ୍ୟୁ ପରେ ଝିଅ ମୁଖାଗ୍ନି ଦେବ ବୋଳି କହିଥିଲେ। ଝିଅ ମା ର ଶେଷ ଇଚ୍ଛା କୁ ସମ୍ମାନ ଦେଇ ନିଜ କର୍ତ୍ତବ୍ୟ କରି ସମାଜ ପାଇଁ ଏକ ଉଦାହରଣ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ