Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ବଢିବ ତାତି; ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ୨ ଦିନ ହେବ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ପୁଣି ଫେରିଛି ତାତି। ଗୁରୁବାର ସକାଳ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୨.୨ ଡିଗ୍ରୀ ରହିଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ହୀରାକୁଦରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଭୁବନେଶ୍ୱରରେ ୪୧, ବାଲେଶ୍ବରରେ ୩୮.୨ ଡିଗ୍ରୀ, କେନ୍ଦୁଝରରେ ୩୮, ଚାନ୍ଦବାଲି ୩୭.୮ ଏବଂ ପୁରୀରେ ୩୫ ଡିଗ୍ରୀ ରହିଛି।

ତେବେ ଆଗାମୀ ଦିନରେ ତାତି ଆହୁରି ବଢିବ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ ସମ୍ବଲପୁର, ବଲାଙ୍ଗୀର ଏବଂ ଝାରସୁଗୁଡାରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ଏହାସହିତ ଭୁବନେଶ୍ୱର, ବରଗଡ, ସୋନପୁର ଏବଂ ବୌଦ୍ଧରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୁଆପଡା, କନ୍ଧମାଳ, କଟକ, ଖୋର୍ଦ୍ଧା ଏବଂ ବୌଦ୍ଧର କିଛି ସ୍ଥାନରେ ଆଗାମୀ ୨ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଗାମୀ କିଛିଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ