Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିଲି ଗାଁ ରେ ରଜ ମଉଜ; ଆନନ୍ଦ ଉତ୍ସାହର ସହ ଚାଲିଛି ପାଳନ

କୋକସରା: ରଜ ସଂକ୍ରାନ୍ତି ପାଳନ ପାଇଁ ସାରା ଓଡ଼ିଶା ର ସହର ଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇପଡିଥିବା ରଜ ମଉଜ, ରଜ ପାନ, ରଜ ଦୋଳି ସହ ବିଭିନ୍ନ ପିଠାପଣା, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗାଁ ଦାଣ୍ଡ ଉଠୁଛି ପଡୁଛି। କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମରେ ଧୁମଧାମରେ ରଜ ପର୍ବ ପାଳନ କରାଯାଇଛି। ଗ୍ରାମବାସୀ ଙ୍କ ପକ୍ଷରୁ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପୂର୍ବତନ ବନ ଅଧିକାରୀ ଲକ୍ଷ୍ମଣ ଶବର ଓ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ଙ୍କୁ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ପରେ ରଜ ଉତ୍ସଵ ପାଳନ ଅବସରରେ ଗାଁ ମଝିରେ ଥିବା ଏକ ଗଛ ରେ ସୁସଜ୍ଜିତ ରଜ ଦୋଳି ରେ ଗ୍ରାମ ର ଯୁବତୀ ଓ ମହିଳା ମାନେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ଅତିଥୀ ଙ୍କୁ ରଜ ଦୋଳି ଝୁଲେଇବା ସହ ରଜ ପର୍ବ ପାଳନ ଅବସରରେ କୋକସରା ବ୍ଲକ ର ସମସ୍ତ ଜନସାଧାରଣ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରଜ ମଉଜ ପର୍ବ କୁ ଗ୍ରାମ ର ଯୁବତୀ ମାନେ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ