Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା:ମୋ ଘର ପାଇଁ ପଞ୍ଚାୟତ ସ୍ତରୀୟ ଶିବିର

ଜମନକିରା : ଜମନକିରା ବ୍ଲକ ସମିତି ସମ୍ମିଳନୀ କକ୍ଷରେ ଆଜି ଶୁକ୍ରବାର ଦିନ ସାଢେ଼ ୧୧ଟାରେ “ମୋ ଘର” ପାଇଁ ପଞ୍ଚାୟତ ସ୍ତରୀୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜମନକିରା ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏବିଡ଼ିଓ ରବୀନ୍ଦ୍ର ରଣା, ଓମପ୍ରକାଶ ସାହୁ, ସ୍ମରଣିକା ଦାନୀ, ମୋତିଲାଲ ପ୍ରଧାନ, ଜମନକିରା ସରପଞ୍ଚ ଯାଜ୍ଞସିନି ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମେ ଜମନକିରା ବିଡ଼ିଓ ଶିବିରରେ ଆସିଥିବା ସମସ୍ତ ଆବେଦନ କାରିଙ୍କୁ “ମୋ ଘର” ଯୋଜନା ବିଷୟରେ ବୁଝେଇଥିଲେ। ସେହିପରି ଏବିଡ଼ିଓ ଶ୍ରୀ ରଣା ଶିବିରରେ ଆସିଥିବା ଆବେଦନ କାରିଙ୍କୁ ମୋ ଘର ଯୋଜନା ପାଇଁ ଆବଶ୍ୟକ ହେଉଥିବା ଦସ୍ତାବିଜ ଓ କେଉଁ ମାନେ ଆବେଦନ କରିପାରିବେ ସେ ବିଷୟରେ ବୁଝେଇଥିଲେ। ସ୍ମରଣିକା ଦାନୀ, ମୋତିଲାଲ ପ୍ରଧାନ, ଶ୍ରୀକାନ୍ତ ମହାକୁଳ ସମେତ ଜମନକିରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ଶିବିରରେ ଆସିଥିବା ଆବେଦନକାରିଙ୍କ ଦସ୍ତାବୀଜ ଯାଞ୍ଚ କରିବାରେ ସହଯୋଗ କରିଥିଲେ।