ଗୁଣ୍ଡୁରୁଚୁଆଁ ନାବାଳିକା ଗଣ ଧର୍ଷଣ ଓ ହତ୍ୟାକାଣ୍ଡ ଘଟଣା; ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ
 
        ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ଗ୍ରାମରେ ଗତ ମେ ୨୩ ତାରିଖରେ ଘଟିଥିବା ନାବାଳିକା ଗଣଧର୍ଷଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ପୂର୍ବରୁ ଗିରଫ କରିଥିଲା। କିନ୍ତୁ ଧର୍ଷଣ ଏବଂ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିଲା। ଏନେଇ ଆଞ୍ଚଳିକ ଗୁଣ୍ଡୁରୁଚୁଆଁ ମହିଳା ମଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ରାଲି ଓ ପ୍ରତିବାଦ ସଭା କରିଥିଲେ। ଏଥିସହ ମେ ୩୦ ତାରିଖ ଦିନ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଏସପି ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ଗଠନ କରିଥିଲେ। ତଦ ଅନୁଯାୟୀ ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ଗୁଣ୍ଡୁରୁଚୁଆଁ ଗ୍ରାମର ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ମେ ୨୩ ତାରିଖ ଦିନ ନାବାଳିକା କୁ ଡାକି ନେଇ ଗଣଧର୍ଷଣ ପରେ ହତ୍ୟା କରାଯାଇ ଗୁଣ୍ଡୁରୁଚୁଆଁ ପାଣିଟାଙ୍କି ପରିସରରେ ଫିଙ୍ଗି ଦେଇଥିଲେ।

 
                        
 
                                 
                                 
                                 
                                 
                                