Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମବାସୀ ତିଆରି କଲେ ଯାତ୍ରା ମଣ୍ଡପ ବେଦୀ

ଜମନକିରା : ଜମନକିରା ବ୍ଲକ କେନାଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମରେ ଦୀର୍ଘ ୫ ବର୍ଷରୁ ଅଧାପନ୍ତରିଆ ହୋଇ ପଡିଥିବା ଗାଁର ଯାତ୍ରା ମଣ୍ଡପ ବେଦୀ କୁ ଗତକାଲି ଗ୍ରାମବାସୀ ମାନେ ଶ୍ରମଦାନ କରି ସମ୍ପୂର୍ଣ୍ଣ କରିଛନ୍ତି। ଗ୍ରାମ୍ୟ କମିଟିର ସଭାପତି ଅସିତ କୁମାର ମାଝୀଙ୍କ ନେତୃତ୍ୱରେ ଗ୍ରାମବାସୀ ମିଶି ଶ୍ରମଦାନ କରି ମଣ୍ଡପ କୁ ସଜେଇଛନ୍ତି। ଗ୍ରାମବାସୀ ବହୁ ବର୍ଷରୁ ଯାତ୍ରା ମଣ୍ଡପ ପାଇଁ ଅନେକ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ତାପରେ କେବଳ ଏହାର ମୁଖଶାଳା ହିଁ ତିଆରି ହୋଇ ପାରିଥିଲା। ମାତ୍ର ପରେ ମଣ୍ଡପର ସମ୍ପୂର୍ଣକରଣ କରିବା ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଯାହାଫଳରେ ଗ୍ରାମର ସାମୁହିକ କାର୍ଯ୍ୟକ୍ରମ, ପୂଜାପାଠ, ନାମଯଜ୍ଞ ଆଦି ବନ୍ଦ ହୋଇ ଯାଇଥିଲା। ଏହାକୁ ଆଖି ଆଗରେ ରଖି ଗ୍ରାମବାସୀ ଚାନ୍ଦା ଆଦାୟ କରି ଓ ନିଜେ ଶ୍ରମଦାନ କରି ଯୁଦ୍ଧକାଳୀନ ଭିତ୍ତିରେ ମଣ୍ଡପ ବେଦୀ କୁ ସମ୍ପୂର୍ଣ୍ଣ କରିଛନ୍ତି। ଯାହା ଅଞ୍ଚଳ ପାଇଁ ଗୌରବ ଓ ପ୍ରେରଣାଦାୟୀ ହୋଇପାରିଛି। ଏଭଳି କାର୍ଯ୍ୟ ଯୋଗୁଁ ଚତୁର୍ଦ୍ଦିଗରୁ ପ୍ରଶଂସାର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ