Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଲି ଥିଏଟର, ଟିକେଟ୍ କ୍ୟାନସେଲ୍…୫ମ ଦିନରେ ଆଦିପୁରୁଷର ଏମିତି ଅବସ୍ଥା

ମୁମ୍ବାଇ: ଆଦିପୁରୁଷର ଆଡଭାନ୍ସ ବୁକିଂ ଖୋଲିବା ମାତ୍ରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଅନୁମାନ କରାଯାଉଥିଲା ବକ୍ସଅଫିସ କଲେକ୍ସରେନେ ଫିଲ୍ମ ଇତିହାସ ରଚିବ। ଫିଲ୍ମ ଗ୍ରାଣ୍ଡ ଓପନିଂ ମଧ୍ୟ କରିଥିଲା। ବହୁ ସଂଖ୍ୟାରେ ଦର୍ଶକ ପ୍ରଥମ ଓ୍ଵିକେଣ୍ଡ ପାଇଁ ଟିକେଟ୍ ବୁକ୍ କରିଥିଲେ। ତେଣୁ ଆଡଭାନ୍ସ ବୁକିଂରେ ଫିଲ୍ମଟି ରବିବାର ପର‌୍ୟ୍ୟନ୍ତ ବମ୍ପର ବ୍ୟବସାୟ କଲା। ହେଲେ ଯେମିତି ସୋମବାର ଆସିଲା ଫିଲ୍ମ ବକ୍ସଅଫିସରେ ଧରାଶାୟୀ ହୋଇଛି। ପ୍ରଥମ ଦିନ ଶୋର କିଛି ଘଣ୍ଟା ପରେ ଟୁଇଟରରେ ଫିଲ୍ମକୁ ନେଇ ନକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲା।

ନିମ୍ନମାନର ସଂଳାପ, ଭିଏଫଏକ୍ସ ଏବଂ ଚରିତ୍ରକୁ ନେଇ ଫିଲ୍ମ ବିବାଦ ଘେରରେ ରହିଛି। ଦେଶର କୋଣ ଅନୁକୋଣରେ ଫିଲ୍ମ ବିରୋଧରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶକ ଏବଂ ଲେଖକଙ୍କୁ ସବୁ ମହଲରେ ତିରସ୍କାର କରାଯାଉଛି। ପରିଣାମସ୍ଵରୂପ ଆଜି ଫିଲ୍ମର ଅବସ୍ଥା ଏମିତି ହୋଇଛି। ଅନେକ ସ୍ଥାନରେ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନେକ ସ୍ଥାନରେ ଫିଲ୍ମକୁ ବ୍ୟାନ କରାଯାଉ ବୋଲି ଦାବି ଜୋର ଧରିଛି।

ଦର୍ଶକ ନିଜର ଟିକେଟ୍ କ୍ୟାନସେଲ୍ କରିବାରେ ଲାଗିଛନ୍ତି। ଆପଣ ବୁକ୍ ମାଇ ସୋକୁ ଯାଇ ଦେଖିବେ ଆଦିପୁରୁଷ ସୋମବାରଠୁ ସମସ୍ତ ଶୋ ଖାଲି ପଡ଼ୁଛି। ସେ ଦିଲ୍ଲୀ ହେଉ କି ଭୁବନେଶ୍ଵର ସବୁଠି ଅଧିକାଂଶ ସିନେମାହଲରେ ଶୋ ଖାଲି ଚାଲୁଛି। ଟୁଇଟରରେ ପ୍ରତିକ୍ରିୟା ଦେଖିବାରୁ ଜଣା ପଡ଼ିଛି ଯେ, ଆଡଭାନ୍ସ ଟିକେଟ୍ କରିଥିବା ଅଧିକାଂଶ ଦର୍ଶକ ଟିକେଟ୍ କ୍ୟାନସେଲ୍ କରୁଛନ୍ତି ଏବଂ ଏହାର ସ୍କ୍ରିନସଟ୍ ମଧ୍ୟ ସେୟାର କରୁଛନ୍ତି। ସିନେ ସମୀକ୍ଷକଙ୍କଠୁ ନେଇ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ଦର୍ଶକ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ଏବଂ ଲେଖକ ମନୋଜ ମୁନ୍ତାଶିରଙ୍କୁ କଠୋର ଶବ୍ଦରେ ସମାଲୋଚନା କରୁଛନ୍ତି।

ଆଡଭାନ୍ସ ବୁକିଂ ବଳରେ ବକ୍ସଅଫିସରେ ପ୍ରଥମ ୩ ଦିନ ବମ୍ପର ଆୟ କରିଥିବା ଆଦିପୁରୁଷ ଚତୁର୍ଥ ଦିନ ଅର୍ଥାତ ସୋମବାର ଧରାଶାୟୀ ହୋଇଛି। ପ୍ରାରମ୍ଭିକ ତଥ୍ୟରେ କୁହାଯାଉଥିଲା ଫିଲ୍ମ ସୋମବାର ପାଖାପାଖି ୨୦ କୋଟି ବେପାର କରିବ। ହେଲେ ଆଦିପୁରୁଷ ସେଥିରୁ ବି କମ ବ୍ୟବସାୟ କରିଛି।

ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଫିଲ୍ମର ମୋଟ୍ କଲେକ୍ସନ ୭୫ ପ୍ରତିଶତ ତଳକୁ ଖସିଛି ଏବଂ ହିନ୍ଦୀ ଭାଷାରେ ନେଟ୍ ଆୟ ୮-୯ କୋଟି ଟଙ୍କା ରହିଛି। ରବିବାର ଆୟରେ ବୃଦ୍ଧି ଦେଖିବାକୁ ମିଳି ନ ଥିଲା। ଫଳରେ ସୋମବାର ବକ୍ସଅଫିସ କଲେକ୍ସନ ଆହୁରି ନିମ୍ନଗାମୀ ହେବ ବୋଲି କୁହାଯାଉଥିଲା। ମୋଟାମୋଟି ସବୁ ଭାଷାକୁ ମିଶାଇ ସୋମବାର ଆଦିପୁରୁଷ ୧୬ କୋଟି ଟଙ୍କା ଆୟ କରିଛି।

ପ୍ରଥମ ଦିନ- ୮୬.୭୫ କୋଟି(ହିନ୍ଦୀ ୩୭.୨୫ କୋଟି)ଦ୍ଵିତୀୟ ଦିନ- ୬୫.୨୫ କୋଟି(ହିନ୍ଦୀ ୩୭ କୋଟି)ତୃତୀୟ ଦିନ- ୬୯.୧ କୋଟି(ହିନ୍ଦୀ ୩୮ କୋଟି)ଚତୁର୍ଥ ଦିନ- ୧୬ କୋଟି(ହିନ୍ଦୀ ୮.୫ କୋଟି)(ଅପଡେଟେଡ୍)

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ