ଚାରବାହାଲ ଗ୍ରାମ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ଉଦଘାଟନ

କୋକସରା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଗୁରୁବାର ଦିନ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ।ଏହି ଅବସରରେ ବିଧାୟକ ଙ୍କ ଦ୍ଵାରା ଗ୍ରାମ ପଞ୍ଚାୟତ ର ୧୬୬ ଜଣ ଭତ୍ତା ହିତାଧିକାରୀ।ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୁନାଗଡ଼ ଦେବାଶିଷ କର, ବି.ଏସ.ଏସ.ଓ.ତୁଷାର ରଞ୍ଜନ ସାହୁ,ସୁଧୀର ବେହେରା ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସବିତା ମେହେର ଅଧ୍ୟକ୍ଷ ଜୁନାଗଡ଼ ବ୍ଲକ,ପ୍ରମୋଦ କୁମାର ବେହେରା ଉପାଧ୍ୟକ୍ଷ ଜୁନାଗଡ଼,ସମିତି ସଭ୍ୟ ରିନା ବାଗ,ସଭାପତି ସ୍ଥାନୀୟ ସରପଞ୍ଚ ସତ୍ୟଭାମା ପଣ୍ଡା, ଗ୍ରାମ ରୋଜଗାର ସେବକ ଦୂରବିନ୍ଦ ନାଏକ,ଯୋଗାଣ ସହାୟକ ମନୋଜ କୁମାର ନାୟକ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିନୋଦ ବିହାରି ସାହୁ,ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ମହୋଦୟ,ସମାଜ ସେବୀ ଅସିତ୍ କୁମାର ନନ୍ଦ,ନାଏବ ସରପଞ୍ଚ ମଧୂ ତାଣ୍ଡି ଓ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହିଥିଲେ।