Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୱାଶିଂଟନରେ ମୋଦୀ ନାରା; ସେଲ୍ଫି ଓ ଅଟୋଗ୍ରାଫ୍ ନେବାକୁ ଆମେରିକା ସାଂସଦଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ: ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚର୍ଚ୍ଚା ଲାଗିରହିଛି। ୱାଶିଂଟନରେ କ୍ୟାପିଟାଲ ହିଲ୍ ବାହାରଠାରୁ ଆରମ୍ଭ କରି ଭିତର ଯାଏଁ ଚାରିଆଡେ ମୋଦୀ ନାରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆମେରିକା କଂଗ୍ରେସକୁ ସମ୍ବୋଧନ କରିବା ବେଳେ ଅଭିଭାଷଣରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି କୋଭିଡ୍ ଟିକାକରଣ, ମହିଳା ସଶକ୍ତିକରଣ , ଭାରତ ଆମେରିକା ସମ୍ପର୍କ, ଭାରତ ଜି-୨୦ରେ ଅଧ୍ୟକ୍ଷତା ଓ ଆର୍ଥିକ ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ ମୋଦୀ ।
ମୋଦୀଙ୍କ ଭାଷଣ ପରେ ତାଙ୍କ ସହ ସେଲ୍ଫି ଓ ତାଙ୍କର ଅଟୋଗ୍ରାଫ୍ ନେବାକୁ ଆମେରିକା ସାଂସଦଙ୍କର ଲମ୍ବା ଲାଇନ ଲାଗିଥିଲା । ଏହାପୂର୍ବରୁ ଟୁଇଟର ସିଇଓ ତଥା ଟେସଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ ମଧ୍ୟ ମୋଦୀଙ୍କ ଜଣେ ବଡ ପ୍ରଶଂସକ ବୋଲି କହିବା ସହ ଦେଶ ପ୍ରତି ତାଙ୍କ ଭଲପାଇବାକୁ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ