Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ,ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

କୋକସରା: ଏଣିକି ଉପାନ୍ତ ଅଞ୍ଚଳ ରେ ମିଳିବ ପିଡ଼ିଏସ ସାମଗ୍ରୀ, ଆଉ ଯିବାକୁ ପଡ଼ିବ ନାହିଁ ୮ କିଲୋମିଟର ପିଡ଼ିଏସ ସାମଗ୍ରୀ ଆଣିବା ପାଇଁ ଆଜି ପିଡ଼ିଏସ ଗୋଦାମ ଉଦଘାଟନ ପରେ ଖୁସି ହେଲେ ଦୁର୍ଗମ ଅଞ୍ଚଳ ର ହିତାଧିକାରୀ। କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ର ବଣ ପାହାଡ଼ ଘେରା ଅଞ୍ଚଳ ରେ ଥିବା ଖଲିଗଡ଼ ନିକଟରେ ନିର୍ମାଣ ହୋଇଥିବା ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳ ର ଜନସାଧାରଣ ସରପଞ୍ଚ ପ୍ରାର୍ଥୀ ହରିପ୍ରିୟା ନାଗ ଙ୍କୁ ପିଡିଏସ ଗୋଦାମ ପାଇଁ ଅନୁରୋଧ କରିଥିଲେ। ନିର୍ବାଚନ ରେ ସରପଞ୍ଚ ଜିତିବା ପରେ ଲୋକଙ୍କ ସମସ୍ୟା ଦୂର କରିଛନ୍ତି ନିର୍ବାଚିତ ସରପଞ୍ଚ ।ମଙ୍ଗଳବାର ଖଲିଗଡ଼ ନିକଟରେ ନିର୍ମାଣାଧୀନ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମ ରେ ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସମିତି ସଭ୍ୟା ପାର୍ବତୀ ବାଗ,ସମାଜସେବୀ ବିରେନ କନ୍ଧ,ଯୋଗଦେଇ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କରିଥିଲେ। ପୂର୍ବରୁ ପିଡ଼ିଏସ ସାମଗ୍ରୀ ଆଣିବାକୁ ଦିର୍ଘ ୭/୮ କିଲୋମିଟର ଡୁଡୁକାଠେଙ୍ଗା ପଞ୍ଚାୟତ କୁ ଖଲିଗଡ଼ ରାଜସ୍ବ ଗ୍ରାମ ଅଧୀନରେ ରହିଥିବା ୬ ପଡା ର ହିତାଧିକାରି ମାନେ ଯିବାକୁ ପଡୁଥିଲା। ଜଙ୍ଗଲ ରାସ୍ତା ଦେଇ ପିଡ଼ିଏସ ସାମଗ୍ରୀ ଆଣିବାକୁ ଯିବା ସମୟରେ ଅନେକ ସମୟରେ।ଅସୁବିଧା ର ସମ୍ମୁଖୀନ ହେଉଥିଲେ, ତେବେ ନୂତନ ପିଡ଼ିଏସ ଗୋଦାମ ଗୃହ ଉଦଘାଟନ ପରେ ନିଜ ଗାଁ ରେ ପିଡ଼ିଏସ ସାମଗ୍ରୀ ଯୋଗାଣ ସୁବିଧା ମିଳିବା ପରେ ସମସ୍ତ ଙ୍କ ମନ ରେ ଉତ୍ସାହ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ