କଲମପୁରରେ ଯୋଗ ଦେଲେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ।

କୋକସରା:୨୮/୦୬ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ଆଜି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ମଧୁସ୍ମିତା ନାଏକ ଯୋଗଦାନ କରିଛନ୍ତି l ଗତକାଲି ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାପରେ ଆଜି କଲମପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି l ନୂତନ ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକଙ୍କୁ ବିଆରସିସି ସୁଶାନ୍ତ ଖମାରି, ଏବିଇଓ ଶୁଶିଲ କୁମାର ମୁଣ୍ଡ, ଅବସରପ୍ରାପ୍ତ ଏବିଇଓ ବାଳଗୋପାଳ ତେଣ୍ଡକାରୀ, ନୋଡାଲ ସିଆରସିସି ମନୋଜ କୁମାର ମେହେର , ସନାତନ ଭଞ୍ଜ, ନରେନ୍ଦ୍ର ସାହୁ, ସତ୍ୟାନନ୍ଦ ନାଏକ, ରୁଦ୍ରାକ୍ଷର ନିଆଲ, ଏବଂ ଶିକ୍ଷକ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନକରି ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଏହା ପୂର୍ବରୁ ମଧୁସ୍ମିତା କୋକସରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।ଓଡିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି l ସୁଶ୍ରୀ ନାଏକ ଯୋଗ ଦେବାପରେ କଲମପୁର ବ୍ଲକର ଶିକ୍ଷାର ଉନ୍ନତି ପାଇଁ ପ୍ରାଥମିକତା ଦେବା ସହ ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ବଣ୍ଟନ କାର୍ଯ୍ୟ ଠିକ ସମୟରେ ସୁଚାରୁଭାବେ କରିବା ପାଇଁ ପ୍ରଚେଷ୍ଟା କରିବି ବୋଲି ମତବ୍ୟକ୍ତ କରିଛନ୍ତ।