Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦, ୩୦୦ କିମ୍ବା ୪୦୦ କୋଟି…କେତେରେ ପହଞ୍ଚିଲା ଆଦିପୁରୁଷର ଆୟ ?

ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ବକ୍ସ ଅଫିସରେ ଆରମ୍ଭରୁ ଭଲ ବ୍ୟବସାୟ କରିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ସମସ୍ତ ଉଦ୍ୟମ ପରେ ବି ଫିଲ୍ମର ଆୟ ଦିନକୁ ଦିନ କମିବାରେ ଲାଗିଛି। ନକରାତ୍ମକ ପ୍ରତିକ୍ରିୟାର ପ୍ରଭାବ ଏମିତି ପଡ଼ିଲା ଯେ, ପ୍ରଭାସ ଏବଂ କୃତି ସେନନଙ୍କ ଫିଲ୍ମକୁ କେହି ଆଡ ଆଖିରେ ଦେଖିବାକୁ ଚାହୁଁ ନାହାନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ଯେ, ଫିଲ୍ମ ମୋଟ୍ କେତେ ଆୟ କଲାଣି ? ଆସନ୍ତୁ ଜାଣିବା ଫିଲ୍ମର ଇଣ୍ଡିଆ ଏବଂ ଓ୍ଵାର୍ଲ୍ଡଓ୍ଵାଇଡ୍ ବକ୍ସ ଅଫିସ କଲେକ୍ସନ ବିଷୟରେ..

ଭାରତୀୟ ବକ୍ସ ଅଫିସରେ ଏତିକି ଆୟ
୮୬.୭୫ କୋଟିର ଗ୍ରାଣ୍ଡ ଓପନିଂ କରିଥିବା ଏହି ଫିଲ୍ମ ବର୍ତ୍ତମାନ ୧ କିମ୍ବା ୨ କୋଟି ଟଙ୍କାର ବ୍ୟବସାୟରେ ସୀମିତ ରହି ଯାଇଛି। ୧୧ମ ଦିନରେ ଫିଲ୍ମ ୨.୧୩ କୋଟି ଟଙ୍କା ଆୟ କରି ପାରିଛି। ୧୨ମ ଦିନ ୨୨ ପ୍ରତିଶତ ହ୍ରାସ ସହ ୧.୬୫ କୋଟି ଟଙ୍କା ବ୍ୟବସାୟ କରିଛି। Sacnilkର ରିପୋର୍ଟ ଅନୁଯାୟୀ, ୧୩ମ ଦିନରେ ଫିଲ୍ମ ମାତ୍ର ୧.୫୦ କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ଭାରତରେ ଫିଲ୍ମର ମୋଟ୍ ଆୟ ୨୮୧.୦୪ କୋଟିରେ ପହଞ୍ଚି ଯାଇଛି।

ଏମିତି ଖସି ଚାଲିଲା ଆଦିପୁରୁଷର ଆୟ
ଡେ ୧- ୮୬.୭୫ କୋଟି
ଡେ ୨- ୬୫.୨୫ କୋଟି
ଡେ ୩- ୬୯.୧ କୋଟି
ଡେ ୪- ୧୬ କୋଟି
ଡେ ୫- ୧୦.୭ କୋଟି
ଡେ ୬- ୭.୨୫ କୋଟି
ଡେ ୭- ୪.୮୫ କୋଟି
ଡେ ୮- ୩.୪ କୋଟି
ଡେ ୯- ୫.୨୫ କୋଟି
ଡେ ୧୦- ୭.୨ କୋଟି
ଡେ ୧୧- ୨.୧୩ କୋଟି
ଡେ ୧୨- ୧.୬୫ କୋଟି
ଡେ ୧୩- ୧.୫୦ କୋଟି(ପ୍ରାରମ୍ଭିକ ତଥ୍ୟ)
ମୋଟ୍- ୨୮୧.୪ କୋଟି (ପ୍ରାରମ୍ଭିକ ତଥ୍ୟ)

ଓ୍ଵାଲ୍ଡଓ୍ଵାଇଡ ବକ୍ସ ଅଫିସରେ ପିଲ୍ମର ମୋଟ୍ ଆୟ ୩୫୦ କୋଟି ଅତିକ୍ରମ କରିଛି। Sacnilkର ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଫିଲ୍ମ ୧୨ ଦିନରେ ସମଗ୍ର ଦୁନିଆର ବକ୍ସଅଫିସରେ ୩୮୨.୯୬ କୋଟି ଟଙ୍କା ଆୟ କରି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ