Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବକ୍ସିଂ ରେ ବି ଏମ୍ ପୁର୍ ବ୍ଲକ ର ତିନି ବାଳିକା ଜାତୀୟ ସ୍ତରକୁ ମନୋନୀତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ର ୩ ଜଣ ବାଳିକା ବକ୍ସିଂ ରେ ଜାତୀୟ ସ୍ତରକୁ ମନୋନିତ ହୋଇଛନ୍ତି। ରାଉରକେଲା ର ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ ଠାରେ ଗତ ୨୪ ଓ ୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଉପକନିଷ୍ଠ ବକ୍ସିଂ ଚୟନ ଶିବିର ରେ ସଫଳତାର ସହିତ ଚୟନ ହୋଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ତିନି ବାଳିକା ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି l ସେମାନେ ହେଲେ ବୀରମହାରାଜପୁର ବ୍ଳକ ସଂଗ୍ରାମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ର ଛାତ୍ରୀ କରିନା ସେଠୀ , ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ଛାତ୍ରୀ ମୌସୁମୀ ସିଂ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ର ବିଷ୍ଣୁପ୍ରିୟା ସିଂ ଗତ ୨୪ ଓ ୨୫ ତାରିଖ ରେ ରାଉରକେଲା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଚୟନ ଶିବିର ରେ ଭାଗ ନେଇ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ । ଏହି ଖେଳାଳି ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଅଥଲେଟିକ ସଂଘ ର ସମ୍ପାଦକ ପିୟୁଷ ପଣ୍ଡା, କୋଚ କଲିମ ମହମ୍ମଦ, ଟିମ୍ ମ୍ୟାନେଜର ରାଜେଶ ମେଣ୍ଡୁଳି, ହେମନ୍ତ ରାଉତ, ଜିଲ୍ଲା ଆମେଚର ବକ୍ସିଂ ସଂଘ ର ସଭାପତି ରାମ କୁମାର ସାହୁ , ସମ୍ପାଦକ ଓ ସମସ୍ତ ସଭ୍ୟ ସମେତ ଅନ୍ୟାନ୍ୟ ଶୁଭେଛୁ ମାନେ ଶୁଭକାମନା ଜଣାଇଛନ୍ତି ।