Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜୁଲାଇ ସାତରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ହେବ ଖରିଫ ଜଳସେଚନ

କୋକସରା: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ରୁ ଆସନ୍ତା ଜୁଲାଇ ସାତ ତାରିଖ ରୁ ଖରିଫ ଜଳ ସେଚନ ଆରମ୍ଭ ହେବ ବୋଲି ସୂଚନା ମିଳିଛି l ଜଳସେଚନ ପାଇଁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯାୟରେ ପହଁଞ୍ଚି ଥିବା ଜଣା ପଡ଼ିଛ|

ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବିଭାଜନ ୧ପରିଧି ରେ ୧୨୪ଟି ଗ୍ରାମର ୨୫, ୮୪୫.୦୬୦ହେକ୍ଟର, ବାମ ମୁଖ୍ୟ କେନାଲ ବିଭାଜନ ୧ର ୧୩୨ଟି ଗ୍ରାମର ୩୯, ୮୩୦.୦୬୪ହେକ୍ଟର , ବାମ ସମ୍ପ୍ରସାରଣ ୮୭ଟି ଗ୍ରାମର ୧୯, ୪୭୮.୧୭ହେକ୍ଟର, ଦକ୍ଷିଣ ସମ୍ପ୍ରସାରଣ ୩୯ଟି ଗ୍ରାମର ୫୧୮୬.୦୮ହେକ୍ଟର, ଓ ମେଗା ଉଠା ଜଳ ସେଚନ ର ୮୮ ଟି ଗ୍ରାମର ୨୫, ୨୭୪.୬୭୦ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖା ଯାଇଥିବ| ସୂଚନାରୁ ପ୍ରକାଶ|ଏହି ଜଳ ସେଚନ ଦ୍ଵାରା କଳାହାଣ୍ଡି ଜିଲ୍ଲାର କଲମପୁର, ଜୟପାଟଣା,କୋକସରା, ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା, ଭବାନୀ ପାଟଣା, କେସିଙ୍ଗା ଆଦି ବ୍ଲକ ମାନଙ୍କର ୯୯୧୭୨କୃଷି ପରିବାର ଉପକୃତ ହେବେ ବୋଲି ସୂଚନା ମିଳିଛି| ଚଳିତ ବର୍ଷ ଇନ୍ଦ୍ରାବତୀ ରୁ ଜଳ ସେଚିତ ହେବ ୪୨୯ଗ୍ରାମର ୧,୧୨, ୮୬୬ହେକ୍ଟର ଚାଷଜମି। ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳ ସ୍ତର ଗତ ବର୍ଷ ତୁଳନାରେ ଅଧିକ ରହି ୬୩୦.୯୯୫ମି ରେ ରହିଛି|ଅର୍ଥାତ୍ ମୋଟ ଜଳ ସଂରକ୍ଷଣ ୨୨.. ୫୪୩ପ୍ରତିଶତ ରେ ରହିଥିବା ସୂଚନା ମିଳିଛି ଚଳିତ ମୌସୁମୀ ରେ ଉତ୍ତମ ବର୍ଷା ହେଲେ ଜଳଭଣ୍ଡାର ଆଶାଜନକ ସ୍ଥିତି ରେ ପହଞ୍ଚି ପାରିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି|