Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବତାସିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ହେମନ୍ତ କୁମାର ସାହୁ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ରଣସିଂହ ପାତ୍ରଙ୍କ ସଭାପତିତ୍ବରେ ସଭାରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ , ମୁଖ୍ୟବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ଶେଷଦେବ ବେହେରା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ,ବିଆରସିସି ଟିକେଚନ୍ଦ୍ର ମାଝୀ,ବ୍ଲକ ସଂଘ ଉପସଭାପତି ସଞ୍ଜୟ ପଣ୍ଡା,ସମ୍ପାଦକ ଲଳିତ କୁମାର ନାଏକ,ମୁଖ୍ୟ କିରାଣୀ ଶୋଭାରାମ ଜାଲ,ବିଶ୍ଵନାଥ ପାଢ଼ୀ,କୋଷାଧ୍ୟକ୍ଷ ରମାକାନ୍ତ ମାଝୀ,ସଂଘଠାନିକ ସମ୍ପାଦକ ଗୋଲଖ ବିହାରୀ ସିଂ ଯୁଗ୍ମ ସମ୍ପାଦକ ଦେବେନ୍ଦ୍ର ରାଉତ , ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ ବେହେରା, ମଞ୍ଚାସିନ ଥିଲେ। ପୋଡାଖୋଲ କ୍ଲଷ୍ଟର ସମସ୍ତ ଶିକ୍ଷକ ଉପସ୍ଥିତ ଥିବା ବେଳେ ଗାଆଁର ସମସ୍ତ ଅଭିଭାବକ, ଭଦ୍ରବ୍ୟକ୍ତି ତଥା ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ସଦସ୍ୟ,ସଦସ୍ୟା ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ମାନପତ୍ର,ଉପଢୌକନ ପ୍ରଦାନ କରିବା ସହ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।ତାଙ୍କ ବିଦାୟ ଶିକ୍ଷା କ୍ଷେତ୍ରରେ ଅପୂରଣୀୟ କ୍ଷତି ହେଲା ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।ମଞ୍ଚ ପରିଚାଳନା ବ୍ଲକ୍ ଶିକ୍ଷକ ସଂଘ ଯୁଗ୍ମ ସମ୍ପାଦକ ନବକିଶୋର ନାଏକ କରିଥିବା ବେଳେ ସିଆରସି ସିଦ୍ଧେଶ୍ୱର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟ ସମୟ ସମାପ୍ତ ହେବାପରେ ଗାଁର ଜନସାଧାରଣ ବାଜା ବଜାଇ ସହିତ ତାଙ୍କର ନିଜସ୍ୱ ଗ୍ରାମ ଘଣ୍ଟିଗୁଡ଼ା ପର୍ଯ୍ୟନ୍ତ ଶିକ୍ଷକ ଙ୍କୁ ଛାଡିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ