Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା: କୋକସରା ବ୍ଲକ କାଉଡୋଳା ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟାରତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସିଂହ ଙ୍କୁ ଶନିବାର କାଉଡୋଳା ଉଚ୍ଚ ବିଦ୍ୟାଳୟ ପରିସରରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଶିକ୍ଷକ ସଂଘ ପକ୍ଷରୁ ଦିଆଯାଇଛି। ସମ୍ବର୍ଦ୍ଧନା ସଭା ରେ ଶିତାକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟା ଶିକ୍ଷକ ସଂଘ ର ସଦସ୍ୟ ତଥା ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଓଷ୍ଟା କୋକସରା ବ୍ଲକ ସଭାପତି ତଥା କୋକସରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମ୍ପାଦକ ବ୍ଲକ ଓଷ୍ଟା ସଙ୍ଘ ସାମନ୍ତ କୁମାର ପାଟଯୋଶୀ, ପ୍ରଧାନ ଶିକ୍ଷକ ରଏନଗୁଡା ଉଚ୍ଚ ବିଦ୍ୟାଳୟ ରବିନାରାୟଣ ଧଳ,ପ୍ରଧାନ ଶିକ୍ଷକ ଟେମରା ଉଚ୍ଚ ବିଦ୍ୟାଳୟ ବିରଞ୍ଚି ନାରାୟଣ ହୋତା, ଫୁଫଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ବେହେରା, ବରିଷ୍ଠ ଶିକ୍ଷକ ରୁଦ୍ର।କ୍ଷ୍ୟ ନାଏକ,ଶ୍ରୀକାନ୍ତ ଖମାରି, ଅଵସର ପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ଠାକୁର, ସମିତି ସଭ୍ୟା କାଉଡୋଳା ବୈଦେହୀ ବେଶ୍ରା ଉପସ୍ଥିତ ରହି ଜଣେ ଛାତ୍ର ବତ୍ସଳ, ମେଳାପୀ, ଗୁଣି ଶିକ୍ଷକ ଙ୍କ ଅଵସର ଆମ ସ୍କୁଲ ପାଇଁ ଅପୁରଣୀୟ ଶୂନ୍ୟସ୍ଥାନ ହୋଇ ରହିବ ବୋଳି କହିବା ସହ ଶିକ୍ଷକ ଙ୍କ ଅଵସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଛନ୍ତି। ମଞ୍ଚ ପରିଚାଳନା ରେ ସଞ୍ଜୟ ପଣ୍ଡା ସହଯୋଗ କରିଥିଲେ। ଏହି ଅଵସର ରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ