Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଏକ୍ସପ୍ରେସରେ ମର୍ମନ୍ତୁଦ ଦୁର୍ଘଟଣା; ୭ମାସର ଶିଶୁ ମୃତ, ବାପା ମା ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମିର୍ଜାପୂର୍ ବିଜୁ ଏକ୍ସପ୍ରେସ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୦ ମାସ ଶିଶୁ ର ମୃତ୍ୟୁ ହୋଇଥିବା ବେଳେ ବାପା ମାଁ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ମତେ ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ସୋହେବ ଶବର (୨୮) ସ୍ତ୍ରୀ, ଛୁଆପିଲା ଙ୍କ ସହ ନିଜ ପେଟ ପାଟଣା ପାଇଁ ବେହେରା ଠାରେ କିଛିମାସ ହେବ ରହି ଆସୁଛନ୍ତି । ରବିବାର ଦିନ ସନ୍ଧ୍ୟା ସମୟରେ ଏକ ବାଇକ୍ ଯୋଗେ ସୋହେଲ ନିଜ ସ୍ତ୍ରୀ ଓ ଶିଶୁ କୁ ଧରି ଜୁନାଗଡ଼ ରୁ ବେହେରା ଆସୁଥିବା ସମୟରେ ମିର୍ଜାପୁର ଛକ ନିକଟରେ ପଛପଟୁ ଆସୁଥିବା ଏକ ହାଇୱା ଗାଡ଼ି ଓଡ଼ି ୦୮ କେ ୩୪୩୭ ପଛପଟୁ ଧକ୍କା ଦେଇଥିଲା ।

ଫଳରେ ତିନିଜଣ ଛିଟିକି ପଡ଼ିଥିଲେ ।ସ୍ଥାନୀୟ ଲୋକ ଉଦ୍ଧାର କରି ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ହିଁ ଡାକ୍ତର ଶିଶୁ ଙ୍କ ମୃତ ହୋଇଥିବା ଘୋଷଣା କରିଥିଲେ ।ଅନ୍ୟପଟେ ଦୁଇ ଗୁରୁତର ପିତା ମାତା ଙ୍କୁ ଧର୍ମଗଡ଼ ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ପାଇ ସନ୍ଧ୍ୟାରେ କୋକସରା ଓ ଆମପାଣି ପୋଲିସ ଘଟଣା ସ୍ଥଳ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱ। କୁ ଜବତ କରି ତଦନ୍ତ କରୁଥିବା ବେଳେ ଡ୍ରାଇଭର ଫେରାର ଥିବା ଜଣାପଡିଛି।ସ୍ଥାନୀୟ ଲୋକ ମୃତକ ଙ୍କ ପରିବାର ପାଇଁ କ୍ଷତି ପୂରଣ ଦାବି କରିଥିଲେ । ତେବେ ସୋମବାର ମୃତ ଶିଶୁ ର ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଅଣାଯାଇଛି। ଘଟଣା ର ତଦନ୍ତ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।