Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେପି କୋକସରା ମଣ୍ଡଳ ପକ୍ଷରୁ ଟେମରା ରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

କୋକସରା:  ଭାରତୀୟ ଜନତା ଦଳ କୋକସରା ମଣ୍ଡଳ ପକ୍ଷରୁ ଆଜିଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ। ଆଜି ବ୍ଲକ ର ଟେମରା ପଞ୍ଚାୟତ ଟେମରା ଗ୍ରାମ ରୁ ଦଲୀୟ କର୍ମକର୍ତ୍ତା ମାନେ ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିଥିଲେ । କେନ୍ଦ୍ର ରେ ମୋଦି ସରକାର ଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ସହ କେନ୍ଦ୍ର ସରକାରଙ୍କ ଯୋଜନା କୁ ରାଜ୍ୟ ସରକାର ବାଟମାରଣା କରି ବାହାବା ନେଇ ଓଡିଶା ର ଜନତା ଙ୍କୁ ଭ୍ରମିତ କରିଥିବା ଅଭିଯୋଗ କରିଛନ୍ତି।

କୋକସରା ମଣ୍ଡଳ ର ୬ ଟି ଶକ୍ତିକେନ୍ଦ୍ର ଟେମରା, ମାଝୀଗୁଡା, କୋକସରା, ରେଙ୍ଗାଳପାଲି, ଗମ୍ଭାରୀଗୁଡା, ଲଡୁଗାଁ ରେ ଏହି ଜନ ସମ୍ପର୍କ ପଦଯାତ୍ରା ଜନ ସାଧାରଣ ନିକଟରେ ପହଞ୍ଚି କେନ୍ଦ୍ର ସରକାର ଙ୍କ ଗରିବ ଜନକଲ୍ୟାଣ ୯ ବର୍ଷ ପୂର୍ତ୍ତି ର ବାର୍ତ୍ତା ଓ ସଚେତନତା କରିବ।କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ବ୍ଲକ ସମ୍ପାଦକ ତ୍ରିନାଥ ଶବର,ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ଉପ ସଭାପତି ଗୋପାଳ ଅଗ୍ରୱାଲ, ମୁକୁନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ମନୋଜ ନାଏକ, ମଦନ ମୋହନ ପାତ୍ର, ଅନିଲ ପଟ୍ଟନାୟକ,ପ୍ରମୋଦ ପଣ୍ଡା,ଯତୀନ ମାଝୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।