Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦେଶରେ ଓଡ଼ିଆ ଖେଳାଳି ଙ୍କ ବାଜିମାତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀ ର ଖେଳାଳି ଥାଇଲାଣ୍ଡ ମାଟିରେ ୩ ସ୍ୱର୍ଣ୍ଣ ପଦକ ସହ ଜିଣିଲେ ୬ ବ୍ରୋଞ୍ଚ ପଦକ । ଥାଇଲାଣ୍ଡରେ ଅନୁଷ୍ଠିତ ଷଷ୍ଠ ହିରୋସ ତାଇକଣ୍ଡୋ ଚମ୍ପିଆନସିପରେ ୨୨ ଜଣିଆ ଭାରତୀୟ ଟିମ ସହ ସାମିଲ ହୋଇଥିଲେ ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ୮ ଜଣ ଖେଳାଳୀ । ସେମାନଙ୍କ ମଧ୍ୟରୁ ୫୯ କେଜି ବର୍ଗରେ ଅନ୍ୱେଷ ହୋତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ୮୦ କେଜିରୁ ଉର୍ଦ୍ଧ୍ୱ ମହିଳା ବର୍ଗରେ ପ୍ରୀୟଦର୍ଶନୀ କରଙ୍କୁ କୌରଗୀରେ ସ୍ୱର୍ଣ୍ଣ ଏବଂ ପୁମସେରେ ବ୍ରୋଞ୍ଚ , ୬୭ କେଜି ମହିଳା ବର୍ଗରେ ହରିପ୍ରୀୟା ମିଶ୍ରଙ୍କୁ ସ୍ୱର୍ଣ୍ଣ , ୭୮ କେଜି ପୁରୁଷ ବର୍ଗରେ କୁମାର କାସ୍ୟପ ଶଡଙ୍ଗୀଙ୍କୁ ବ୍ରୋଞ୍ଚ , ୮୦କେଜି ପୁରୁଷ ବର୍ଗରେ ବିଶ୍ୱରଂଜନ ସାହୁଙ୍କୁ ବ୍ରୋଞ୍ଚ , ୫୮ କେଜି ପୁରୁଷ ବର୍ଗରେ ମନିଷ ମହାନ୍ତୀଙ୍କୁ ବ୍ରୋଞ୍ଚ , ୪୮ କେଜି ପୁରୁଷ ବର୍ଗରେ କ୍ରିସ କୁଦେଇଙ୍କୁ ବ୍ରୋଞ୍ଚ ଏବଂ ୨୯ କେଜି ମହିଳା ବର୍ଗରେ ରାଜଲକ୍ଷ୍ମୀ ସାହୁଙ୍କୁ ପଦକ ମିଳିଥିବା ଜଣାପଡିଛି । ସେହିଭଳି ଭାରତୀୟ ଦଳର ମୁଖ୍ୟ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ବିଦେଶ ମାଟିରେ ଏହି ଓଡିଆ ଖେଳାଳିଙ୍କ ସଫଳତା ପାଇଁ ସବୁ ମହଲରେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି I