Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼, ଲିଙ୍ଗରାଜରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ଵର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ବାବା ଭୋଳାନାଥଙ୍କଠାରେ ଜଳଲାଗି ପାଇଁ ଭକ୍ତଙ୍କ ଗହଣରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତକାଲି ବିଭିନ୍ନ ଶୈବ ପୀଠରେ ଜଳଲାଗି କରାଯିବ। ଏଥିପାଇଁ ଆଜି ସକାଳ କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳ ଉଠାଉଥିବା ଦେଖିବାକୁ ମିଳିଛି।

ଶ୍ରାବଣ ମାସରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିଥାଏ। କାଉଡ଼ିଆଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ ଲୁହା ବ୍ୟାରିକେଡ୍ ପ୍ରସ୍ତୁତି ସରିଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। କାଉଡ଼ିଆଙ୍କ ପାଇଁ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏପରିକି ମନ୍ଦିର ଭିତରେ ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି।

କାଉଡ଼ିଆମାନେ ବିଭିନ୍ନ ନଦୀ ନାଳରୁ ଜଳ ଉଠାଇ ଅପରାହ୍ନରୁ ଏକାମ୍ର କ୍ଷେତ୍ର ଆସିବେ। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଅନେକ ମନ୍ଦିର ସମ୍ମୁଖରେ ବିଶ୍ରାମ ନେବେ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ୪ଟାରେ ସାହାଣମେଲା ଦର୍ଶନ ହେବ। ଏହା ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରି ଜଳଲାଗି କରିବେ। ସୂଚନାଯୋଗ୍ୟ, ଏଥର ଯୋଡ଼ା ଶ୍ରାବଣ ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ