Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଗମୋହନ ଓ ନାଟ ମଣ୍ଡମ ମରାମତି ଶେଷ, ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ଦାଖଲ

ଭୁବନେଶ୍ଵର: ଜଗମୋହନ ଓ ନାଟ ମଣ୍ଡମ ମରାମତି ଶେଷ। ଏହା କହିଛି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ ସଂସ୍ଥା(ଏଏସଆଇ)। ଏଏସଆଇ ହାଇକୋର୍ଟରେ ମୌଖିକ ଭାବେ ଏହାର ଅବଗତ କରାଇଥିବା ବେଳେ ସତ୍ୟାପଠ ଦ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିଛି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କୁ ଏ ସଂପର୍କିତ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତିଜବାବ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ ତାରିଖ ଧାର୍ଯ୍ୟ କରାଯାଇଛି।

ତେବେ ସତ୍ୟପାଠରେ ରତ୍ନଭଣ୍ଡାର ଖୋଲା ଯିବ କି ନାହିଁ। ଯଦି ଖୋଲାଯିବ କେବେ ଏବଂ କେଉଁ ପରିସ୍ଥିତିରେ ଖୋଲାଯିବ। ଯଦି ଖୋଲା ନ ଯିବା ତେବେ କେଉଁ କାରଣ ପାଇଁ ଖୋଲା ନ ଯିବ, ଏସବୁ ସଂପର୍କରେ କୌଣସି ସୂଚନା ନାହିଁ। କେବଳ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ସଂପର୍କରେ ସତ୍ୟପାଠ ଦାଖଲ କରିଥିବା ସୂଚନା ଦେଇଛି। ଏ ସଂପର୍କିତ କପିକୁ ଆବେଦନକାରୀଙ୍କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଗମୋହନ ଓ ନାଟ ମଣ୍ଡମ ମରାମତି ସଂପର୍କରେ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଖୋଲିବା ନେଇ ଦାବି ପୁଣି ଥରେ ଜୋର ଧରିଛି। କାହିଁକି ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ରତ୍ନଭଣ୍ଡାରର ନକଲି ଚାବି ହଜିବା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିଥିଲେ।

More Stories