Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାର୍କ ପୋଖରୀରୁ ୨ ମୃତଦେହ ଉଦ୍ଧାର, ହତ୍ୟା ନା ଆଉ କିଛି କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କରେ ଥିବା ପୋଖରୀରୁ ମଙ୍ଗଳବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ପୋଖରୀରେ ଦୁଇଟି ଶବ ଭାସୁଥିବା କର୍ମଚାରୀମାନେ ଦେଖିଥିଲେ। କର୍ମଚାରୀଙ୍କଠୁ ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ଦୁଇ ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ସେଗୁଡ଼ିକର ଚିହ୍ନଟ କରାଯାଇଥିଲା।

ମୃତକଦ୍ଵୟ ଦୁଇଭାଇ ବୋଲି ଜଣାଯାଇଛି। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି ଓ କେ. ଜନାର୍ଦ୍ଦନ ଆଚାରି। ବନ୍ଦ ଥିବା ପାର୍କ ଭିତରକୁ ମୃତଦେହ ଦୁଇଟି ରାତିରେ କିଭଳି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । କେଉଁ ଭଳି ସ୍ଥିତିରେ ବୁଡ଼ିଗଲେ ନା ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଛି ତାହା ଜଣାପଡ଼ିନାହିଁ। ପୁଲିସ୍ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

More Stories