Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨ ମଦ୍ୟପଙ୍କ ପୈଶାଚିକ କାଣ୍ଡ, ଦରପୋଡ଼ା ଶବର ଖାଇଲେ ମାଂସ, ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାରିପଦା: ମଣିଷ ଖାଇଲା ମଣିଷ ମାଂସ। ୨ ମଦ୍ୟପଙ୍କ ପୈଶାଚିକ କାଣ୍ଡ। ଜୁଇରୁ ଅଧା ପୋଡ଼ା ମାଂସ ଆଣି ଖାଇଲେ ୨ ନିଶାସକ୍ତ ଯୁବକ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବୀରେଶ୍ଵରପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨୫ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ପରେ ଶ୍ମଶାନକୁ ପୋଡ଼ିବାକୁ ନିଆଯାଇଥିଲା। ଶବ ଜଳୁଥିବା ବେଳେ ଦରପୋଡ଼ା ଅଂଶରୁ କିଛି ଆଣି ଦୁଇ ମଦ୍ୟପ ଖାଇଥିଲେ। ଏସବୁ ନଜରରେ ପଡ଼ିବା ପରେ ୨ ଜଣଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିସହ ପୋଲିସର ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ବୀରେଶ୍ଵରପୁର ଗାଁରୁ ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ କରି ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ । ଆଉ ଶବ ଜଳୁଥିବା ବେଳେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

More Stories