Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଏସଓ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ଏଏସଓ ଚୟନ ପ୍ରକ୍ରିୟା ବିବାଦରେ ହାଇକୋର୍ଟରେ ଚାଲିଥିବା ଶୁଣାଣି ଶେଷ ହୋଇଛି। କୋର୍ଟ ଗୁରୁବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଚାଲିଥିବା ଶୁଣାଣି ବେଳେ ହାଇକୋର୍ଟ ଓପିଏସସି ଦ୍ଵାରା ପ୍ରକାଶିତ ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ। ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଉ ସେପଟେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ। ଏଥିସହ ୨ଟି ପିଟିସନ ଦାୟର କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର ଏବଂ ପକ୍ଷ ନ ଥିବାରୁ ରିଟ୍ ପିଟିସନ ଦାଖଲ କରିଥିଲେ।  

ସୂଚନାଯୋଗ୍ୟ, ମେ ୧୯ ତାରିଖରେ ଏଏସ୍‌ଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଓପିଏସ୍‌ସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ। ଏହା ସହ ମୋଟ୍ ମାର୍କ ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶିତ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ଏବଂ ୨୦୧୬ରେ ବିଜ୍ଞପ୍ତି ଅନୁଯାୟୀ, ଦୁଇ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଏଏସ୍‌ଓ ମେରିଟ୍ ଲିଷ୍ଟକୁ ହାଇକୋର୍ଟ ରଦ୍ଦ କରିବା ନେଇ ନିର୍ଦ୍ଦେଶ ଦେବା ପରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ମେ ୨୦ ତାରିଖରେ ଓପିଏସସି ଆଗରେ ଏଏସ୍‌ଓ ମେରିଟ୍ ଲିଷ୍ଟରେ ନାଁ ଥିବା ପ୍ରାର୍ଥୀ ଏକାଠି ହୋଇଥିଲେ ଏବଂ ଏହାକୁ ବିରୋଧ କରିବା ସହ ସେମାନଙ୍କ ପ୍ରତି ଅବିଚାର ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ