Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରାଜେଡି: ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ NHRCର ରିପୋର୍ଟ ତଲବ

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଉଭୟଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରାଯିବ ସହ  ୪ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ ଆଧାରରେ ଜାତୀୟ ମାନବାଧିକାର ଆୟୋଗ ଏହି ରିପୋର୍ଟ ତଲବ କରିଥିବା ଜଣାଯାଇଛି।

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ମାନବାଧିକାର କର୍ମୀ ଆୟୋଗଙ୍କ ନିକଟରେ ପିଟିସନ ଦାୟ କରିଥିଲେ। କମ୍ ସ୍ଥାନ ପାଇଁ ମୃତଦେହ ଗୁଡ଼ିକୁ ଏଣେତେଣେ ରଖାଯାଇଥିଲା। ଫଳରେ ଅପ୍ରୀତିକର ପରିସ୍ଥିତି ଦେଖା ଯାଇଥିଲା। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, କ୍ଷତିପୂରଣ ହାତେଇବା ପାଇଁ ମିଛ ଦାବିଦାର ଆଦି ଘଟଣା ଦେଖିବାକୁ ମିଳିଛି। ଏଥିପାଇଁ ରେଳବାଇ ଓ ରାଜ୍ୟ ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି।

ରେଳ ଦୁର୍ଘଟଣାକୁ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ୪୨ ମୃତଦେହ ଚିହ୍ନଟ ହୋଇପାରିନି। ଏପର୍ଯ୍ୟନ୍ତ ଅନେକ ଯାତ୍ରୀଙ୍କୁ ତାଙ୍କ ସମ୍ପର୍କୀୟ ଖୋଜି ପାଉନାହାନ୍ତି। ବାଲେଶ୍ୱରରୁ ଭୁବନେଶ୍ୱର ଡାକ୍ତରଖାନା ଗୁଡ଼ିକୁ ଶବ ଆଣିବା ସମୟରେ ମାନବାଧିକାର ଉଲ୍ଲଘଂନ କରାଯାଇଥିବା ଆଇନଜୀବୀ ଆବେଦନରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ବାହନଗା ବଜାର ଷ୍ଟେସନରେ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲୁପ ଲାଇନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଭୀଷଣ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଯଶବନ୍ଦପୁର-ହାଓ୍ଵଡା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୧୨୦୮ ଆହତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ