Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେତୁ ଯୋଜନାରେ ମାଲକାନଗିରିର ୧୦ ପଞ୍ଚାୟତ ସାମିଲ, ବ୍ୟୟ ଅଟକଳ ୧୦୦ କୋଟିକୁ ବୃଦ୍ଧି

ଭୁବନେଶ୍ଵର: ସେତୁ ଯୋଜନାରେ ମାଲକାନଗିରି ଜିଲ୍ଲାର ୧୦ ପଞ୍ଚାୟତ ସାମିଲ୍ କରାଯାଇଛି। ସେତୁ-ସୋସିଓ ଇକୋନୋମିକ ଟ୍ରାନ୍ସଫର୍ମେସନ ଆଣ୍ଡ ଅପଲିଫ୍ଟମେଣ୍ଟ ଆଧାରରେ ସ୍ଵାଭିମାନ ଅଞ୍ଚଳରେ ୧୦ ପଞ୍ଚାୟତ ସାମିଲ୍ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେତୁ ଯୋଜନାରେ ବ୍ୟୟ ଅଟକଳ  ୫୦ କୋଟିରୁ ୧୦୦ କୋଟିକୁ ବୃଦ୍ଧି କରାଯାଇଛି।

ମାଲକାନଗିରିର  ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ଟି ପଞ୍ଚାୟତ ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୂଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହ ୧୦ଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।  ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ଵାରା ସଂଯୋଗ କରାଯାଇଛି । ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେତୁ ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଛି ।