Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ପଛରେ ରହିଲେ ବିଜେବି ଏବଂ ରେଭେନ୍ସା

ଭୁବନେଶ୍ଵର: ଯୁକ୍ତ ୩ ନାମଲେଖା ପାଇଁ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଯେଉଁ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଅଛି ସେହି କଲେଜର କଟ୍ ଅଫ୍ ଆଗରେ ରହିଛି। କଳା ଏବଂ ବିଜ୍ଞାନରେ ବିଜେବି ଏବଂ ରେଭେନ୍ସାକୁ ଟପିଲେ ଅନ୍ୟ କଲେଜ। ବିଜ୍ଞାନରେ ପୁରୀର ଏସସିଏସ କଲେଜ ଅଟଅଫରେ ଆଗରେ ରହିଛି। ସେହିପରି କଳାରେ ବାଲେଶ୍ଵର ଫକୀରମୋହନ ଏବଂ ଏମପିସି ବାରିପଦା ଆଗରେ ରହିଛି।

ପୁରୀ ଏସସିଏସ କେମିଷ୍ଟ୍ରିରେ ୯୪.୫୦ ପ୍ରତିଶତ, ମ୍ୟାଥମେଟିକ୍ସ ୯୪ ପ୍ରତିଶତ, ବୋଟାନୀରେ ୯୫.୬୦ ପ୍ରତିଶତ, ଏମପିସି ବାରିପଦା ଜୁଲୋଜିରେ ୯୪.୮୩ ପ୍ରତିଶତ କଟଅଫ ମାର୍କ ରହିଛି। ଫକୀରମୋହନ ବାଲେଶ୍ଵର ଏବଂ ଏମପିସି ବାରିପଦା ରାଜନୀତି ବିଜ୍ଞାନରେ କଟ୍ ଅଫ ମାର୍କ ୯୧.୮୩ ପ୍ରତିଶତ ରହିଛି। ସେହିଭଳି ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ, ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ସେପ୍ଟେମ୍ବର ୧ରେ ପଞ୍ଚମ ଏବଂ ସେପ୍ଟେମ୍ବର ୧୩ରେ ଷଷ୍ଠ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ