ଉପାନ୍ତ ଅଞ୍ଚଳ ରେ ମିଳିଲା ପିଡ଼ିଏସ ସାମଗ୍ରୀ ବଣ୍ଟନ ସୁବିଧା, ହିତାଧିକାରୀଙ୍କ ମଧ୍ୟରେ ଖିସି।

କୋକସରା:୧୬/୦୭ ପିଡ଼ିଏସ ସାମଗ୍ରୀ ପାଇଁ ଜଙ୍ଗଲ ପାହାଡ଼ ଦେଇ ୭/୮ କିଲୋମିଟର ଯିବାକୁ ପଡୁଥିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଉପାନ୍ତ ଖଲିଗଡ଼, ଜାନିପଡା,କଲୋନି ପଡା,ଟେମରିଆ ପଡା, ନୂଆପଡା, ସିନ୍ଧିଭଟାପଡା ଗ୍ରାମ ର ପିଡ଼ିଏସ ହିତାଧିକାରୀ ମାନଙ୍କୁ ସୁବିଧା ମିଲିଛି। ତ୍ରିସ୍ତରୀୟ ନିର୍ବାଚନ ସମୟରେ ଏନେଇ ସରପଞ୍ଚ ହରିପ୍ରିୟା ନାଗ ଙ୍କୁ ଏହି ଗ୍ରାମର ଜନସାଧାରଣ ମାନେ ଖଲିଗଡ଼ ରେ ଏକ ଗୋଦାମ ଗୃହ ନିର୍ମାଣ କରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରିବାକୁ ଦାବି କରିଥିଲେ। ୧ ବର୍ଷ ପରେ ସରପଞ୍ଚ ଙ୍କ ଉଦ୍ୟମ ରେ ଖଲିଗଡ଼ ଠାରେ ରବିବାର ପ୍ରଥମ ଥର ପିଡ଼ିଏସ ସାମଗ୍ରୀ।ପାଇଛନ୍ତି ବନବାସୀ ହିତାଧିକାରୀ। ଏହି ପିଡ଼ିଏସ ବଣ୍ଟନ ଶୁଭାରମ୍ଭ ଅବସର ରେ ସରପଞ୍ଚ ହରିପ୍ରିୟା ନାଗ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇ ଉପାନ୍ତ ଅଞ୍ଚଳ ରେ ଗୋଦାମ ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପିଡ଼ିଏସ ବଣ୍ଟନ ପାଇଁ ସ୍ଥାନୀୟ ସରପଞ୍ଚ ଙ୍କ ଉଦ୍ୟମ କୁ ପ୍ରସଂଶା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଖଗେଶ୍ବର ପାଣିଗ୍ରାହୀ,ମଣିରାମ ବାଣୁଆ, କମଳ ନାଏକ, ଦେବିସିଂ ନାଗ,ବିରେନ୍ଦ୍ର କନ୍ଧ, ଦୁର୍ଯ୍ୟନ ଧ.ମାଝୀ, ୱାର୍ଡ଼ ମେମ୍ବର ବନୁ।ମାଝୀ,ତ୍ରିନାଥ ପୁଝାରି, ପଦ୍ମନ ଚଳାନ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଥିଲେ।