Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାର୍କେଟ୍ ବିଲ୍ଡିଂ ବିବାଦରେ ଲିଗାଲ ଇସ୍ୟୁ ରହିଛି, ସମାଧାନ ପାଇଁ ସମୟ ଲାଗିବ: ବିଏମସି କମିଶନର

ଭୁବନେଶ୍ଵର: ମାର୍କେଟ୍ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦକୁ ବିଏମସି ସମାଧାନ କରି ପାରିନାହିଁ। ଫଳରେ ସୋମବାର ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଛି। ଏ ନେଇ ବିଏମସି କମିଶନର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କିଛି ଆଇନଗତ ପ୍ରସଙ୍ଗ ରହିଛି। ସମସ୍ୟାର ସମାଧାନ ପାଇଁ କିଛି ସମୟ ଲାଗିପାରେ। କାରଣ ଉଠା ଦୋକାନୀଙ୍କ ପାଖରେ ହାଇକୋର୍ଟଙ୍କ ଅର୍ଡର ରହିଛି। ସେମାନଙ୍କୁ କେମିତି ଥଇଥାନ କରାଯିବ ସେ ନେଇ ଆଲୋଚନା କରାଯିବ। ଲିଗାଲ୍ ଅଧିକାରୀଙ୍କ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି କମିଶନର କହିଛନ୍ତି।

ସୂଚନାଯୋଗ୍ୟ, ମାର୍କେଟ୍ ବିଲ୍ଡିଂ ପ୍ରଥମ ଥର ପାଇଁ ବନ୍ଦ ହେଉ ନାହିଁ। ସମାନ କାରଣ ପାଇଁ ଗତ ଜାନୁଆରୀରେ ୨ ଦିନ ମାର୍କେଟ୍ ବନ୍ଦ ରହିଥିଲା। ବିଏମସି ଉଠାଦୋକାନୀମାନଙ୍କୁ ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉଠାଇ ପାରି ନଥିଲା। ଫଳରେ ଜାନୁଆରୀ ୬ ଏବଂ ୭ ତାରିଖ ମାର୍କେଟ୍ ବନ୍ଦ ରହିଥିଲା। ପ୍ରତିଶ୍ରୁତି ମିଳିବା ପରେ ୮ ତାରିଖରେ ବଜାର ଖୋଲିଥିଲା।

ବିଏମସି ଲଗାତାର ଚଢାଉ କରି ଉଠା ଦୋକାନୀଙ୍କୁ ହଟାଇଥିଲା। ହଟାଇବା ପରେ ବି ପୁଣି ସେମାନେ ବସି ଯାଉଥିଲେ। ଇତି ମଧ୍ୟରେ କେତେକ ବ୍ୟବସାୟୀ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସେମାନଙ୍କୁ ନ ହଟାଇବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ। ଏହାକୁ ଆଳ କରି ବିଏମସି ଉଚ୍ଛେଦ ବନ୍ଦ କରି ଦେଇଥିଲା। ଯେଉଁମାନେ କୋର୍ଟରୁ ସୁରକ୍ଷା ପାଇ ନାହାନ୍ତି, ସେମାନଙ୍କୁ ବାଛି ବାଛି ହଟାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ