Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ଡାକ୍ତର ଗିରଫ, କ୍ଲିନିକରେ ମାଡ଼ି ବସିଲା ପୋଲିସ

ବ୍ରହ୍ମପୁର: ଏମ୍ସ ଡାକ୍ତର କହି କ୍ଲିନିକ ଖୋଲିଥିବା ଯୁବକ ଗିରଫ। ନକଲି ଡାକ୍ତରଙ୍କୁ ସୋମବାର ସାନଖେମୁଣ୍ଡି ବ୍ଲକ ଡେଙ୍ଗାଭସ୍ତାର ଏକ ଘରୋଇ କ୍ଲିନିକରୁ ଗିରଫ କରିଛି ଦିଗପହଣ୍ଡି ପୋଲିସ। ସାନଖେମୁଣ୍ଡି ସହ କଟକ ରାଣୀହାଟରେ ବି ଏହି ନକଲି ଡାକ୍ତର କ୍ଲିନିକ ଖୋଲିଥିଲା। ଗିରଫ ନକଲି ଡାକ୍ତର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବୋଲି ଜଣା ପଡିଛି।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଯୁକ୍ତ ୨ ପାଠ ପଢି ମେଡିସିନ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲା। ୨୦୨୦ରେ ତେଲେଙ୍ଗାନା ପୋଲିସ ଦ୍ଵାରା ମଧ୍ୟ ଗିରଫ ହୋଇଥିଲା ଏହି ନକଲି ଡାକ୍ତର। ଡାକ୍ତରୀ ସମ୍ମିଳନୀରେ ଯୋଗ ଦେବାକୁ ଯାଇ ଗିରଫ ହୋଇଥିଲା। ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇ ମାମଲାର ଆହୁରି ଖୋଳତାଡ଼ କରିବ।