Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେତ ରୁ ତାର ଚୋରି କରି 3 ଗିରଫ।

ସମ୍ବଲପୁର ଜିଲ୍ଲା କତରବଗା ଥାନ ଅନ୍ତର୍ଗତ ଗୋଲାମାଲ ଗ୍ରାମରେ କ୍ଷେତରୁ ବିଦ୍ୟୁତ ତାର ଚୋରି କରି 3 ଜଣ ଗିରଫ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଗତ 15 ତାରିଖ ରାତିରେ କିଛି ଦୁର୍ବୁତ୍ତ ଅଶ୍ୱିନୀ ସାହୁ ଙ୍କ କ୍ଷେତରେ ଜଳ ସେଚନ ପାଇଁ 3 ଟି ଇଲେକ୍ଟ୍ରି ପୋଲ ରେ ତାର ଟାଣ ହୋଇଥିଲା। ଏହାକୁ ଚୋର ମନେ ଚୋରି କରି ନେଇଥିଲେ। 16 ତାରିଖ ଦିନ ଅଶ୍ୱିନୀ କତରବଗା ଥାନ କୁ ଯାଇ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ପୋଲିସ ଏହି ଚୋରି ମାମଲା ରେ ଗୋଲାମାଲ ଗ୍ରାମର ଟିଙ୍କୁ ସାହୁ (23)ଓ ମିଥୁନ ଧାରୁଆ (22) ଓ ଲୁଧାପାଳି ଗ୍ରାମର ଦୀନବନ୍ଧୁ ମୁଣ୍ଡା କୁ ପୋଲିସ ଗିରଫ କରି ଚୋରି ତାର ଜବତ କରିଥିଲା। ଏହି ଚୋରି ରେ ବ୍ୟବହୃତ ଏକ ଅଟୋ (OD 23 1056) ଓ ତାର କାଟିବା ପାଇଁ ବ୍ୟବହୃତ ଏକ ଟାଙ୍ଗିଆ ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ