Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ନୂଆ ପଦବୀକୁ ଅନୁମୋଦନ । ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନୋଟି ଲିଡିଂ ଫାୟାର ମ୍ୟାନ ଓ  ୨୦ଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ