Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା 5ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀ ଙ୍କୁ ପଢ଼ାଇଲେ ବିଧାୟକ।

କୋକସରା:୨୦/୦୭
ଶିକ୍ଷକତା ରୁ ବିଧାୟକ ହୋଇଥିବା ଧର୍ମଗଡ ବିଧାୟକ ମୋୖଷଧି ବାଗ ଯେତେବେଳେ ସମୟ ମିଳେ କୌଣସି ବିଦ୍ୟାଳୟ ରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କୁ ଭେଟି କିଛି ସମୟ ପାଇଁ ପାଠ ପଢ଼ାଇବା ସହ ଶିକ୍ଷକତା ବୃତ୍ତି କୁ ଫେରି କିଛି ମୁହୂର୍ତ୍ତ ପାଇଁ ରାଜନୀତି କୁ ଭୁଲି ଶିକ୍ଷକ ହୋଇ ପାଠ ପଢାଇବା ରେ ମଜ୍ଜି ଯିବା ଦେଖିବାକୁ ମିଳେ। ଗୁରୁବାର ବିଧାୟକ କୋକସରା ବ୍ଲକ ନିଜସ୍ୱ ଗାଁ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଆସି ଛାତ୍ରଛାତ୍ରୀ ଙ୍କୁ ସ୍ମାର୍ଟ କ୍ଳାସ ରୁମ ରେ ଭେଟି ଶିକ୍ଷା ଦାନ ବିଷୟରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି ଓ ଜୀବନ ରେ ଲକ୍ଷ୍ୟ ପଥ ରେ ପହଞ୍ଚିବାକୁ ଶିକ୍ଷା ହିଁ ଏକମାତ୍ର ମାଧମ ବୋଳି ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ନିଜ ଗହଣ ରେ ବିଧାୟକ ଙ୍କୁ ପାଇଁ ଖୁସି ବ୍ୟକ୍ତ କରିଥିଲେ।ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାସ, ସହ ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟ ପ୍ରତି ବିଧାୟକ ଙ୍କ ଆନ୍ତରିକତାନେଇ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ