Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସଇ ସ୍କୁଲରେ ଓଡ଼ିଆରେ ପାଠ ପଢାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସିବିଏସଇ ସ୍କୁଲରେ ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢାଯିବ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମରେ ଓଡ଼ିଆରେ ପଢାଯିବ। ଏ ନେଇ ଶନିବାର ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଞ୍ଚଳିକ ଭାଷାରେ ପାଠପଢା ନେଇ କାଲି ସିବିଏସଇ ସର୍କୁଲାର ଜାରି କରିଛି।

ଏଣିକି ପିଲାମାନେ ଇଂରାଜୀ, ହିନ୍ଦୀ ମିଡିୟମ ସହ ଓଡ଼ିଆରେ ବି ପାଠ ପଢିବେ। ଯେଉଁ ପିଲାମାନେ ଓଡ଼ିଆରେ ପଢିବାକୁ ଚାହିଁବେ ତାର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିବେ। ପିଲାମାନେ କିଭଳି ସହଜରେ ପାଠ ବୁଝିବେ, ସେଥିପାଇଁ ଏ ବ୍ୟବସ୍ଥା କରାଯାଉଛି। ତେଣୁ ଏଣିକି ସିବିଏସଇ ଅନୁବନ୍ଧିତ ସମସ୍ତ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠ ପଢାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ