Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ଖୋଲାଯିବ ୫ଟି ଗେଟ୍

ଭୁବନେଶ୍ଵର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଆସନ୍ତାକାଲି ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲାଯିବ। ବାମପଟର ୩ଟି ଏବଂ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲାଯିବ। ପ୍ରଥମେ ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ।

ଉପରମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ଜଳସ୍ତର ରହିଛି ୬୧୪.୧୫ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୧ହଜାର ୨୪୦ ଘନଫୁଟ ପାଣି ପଶୁଥିବା ବେଳେ ୩୯ ହଜାର ୫୮୨ ଘନଫୁଟ ପାଣି ନିଷ୍କାସିତ ହେଉଛି । ଅନ୍ୟପଟେ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ମହାନଦୀ ସହ ଦକ୍ଷିଣ ଓଡ଼ିଶାର ନଦୀ ଗୁଡ଼ିକ ଫୁଲି ଉଠିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories