Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଚିଂ ସେଣ୍ଟରରେ କାମୁଡ଼ିଲା ସାପ, ୩ ଛାତ୍ରଛାତ୍ରୀ ମୃତ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ। ବାରିଆ ନିଶ୍ଚିତପୂରରେ ଏକ କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି। ରାତିରେ କୋଚିଂ ସେଣ୍ଟରରେ ଶୋଇଥିବାବ ବେଳେ ସାପ କାମୁଡ଼ିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ଥିବା ସୂଚନା। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବାରିଆ ଥାନା ନିଶ୍ଚିନ୍ତପୁର ଗାଁରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି। ରାତିରେ ଶୋଇଥିବା ସମୟରେ ବିଷଧର ସାପ କାମୁଡ଼ିଥିଲା। ଯାହାଫଳରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ସକାଳେ ହିଁ ଘଟଣା ବିଷୟରେ ଜଣା ପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ  ହୋଇଥିବା ବେଳେ ଜଣେ ଛାତ୍ର ଅଛନ୍ତି।

ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨) ଏବଂ ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି | ଗୁରୁତର ଛାତ୍ରଙ୍କ ନାମ  ଆକାଶ ନାଏକ (୧୨)। ସୂଚନା ଅନୁଯାୟୀ, ଖଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି ଏକ କୋଚିଂ ସେଣ୍ଟର କରିଥିଲେ | ଏହି କୋଚିଂ ସେଣ୍ଟରର ନାମ ଥିବାରୁ ଆଖପାଖ ଅଞ୍ଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ