Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରେରକ ସଙ୍ଘ ପକ୍ଷରୁ ପୁନଃ ନିଯୁକ୍ତି ଦାବିରେ ବ୍ଲକ ଅଧ୍ୟକ୍ଷା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର।

କୋକସରା:୨୩/୦୭ କଳାହାଣ୍ଡି ଜିଲ୍ଲା ପ୍ରେରକ ସଙ୍ଘ ପକ୍ଷରୁ ପୁନଃନିଯୁକ୍ତି ଦାବି ରେ କୋକସରା ବ୍ଲକ ଅଧ୍ୟକ୍ଷା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ରବିବାର କୋକସରା ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ ଏକ ବୈଠକ କୋକସରା ବ୍ଲକ ପ୍ରେରକ ସଙ୍ଘ ର ସଭାପତି ଆଲୋକ କୁମାର ବିଶି ଙ୍କ ସଭାପତିତ୍ୱ ରେ କାଉଡୋଳା ଧାନ ମଣ୍ଡି ରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପ୍ରେରକ ସଙ୍ଘ ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ, କୋଷାଧ୍ୟକ୍ଷ ଗାୟତ୍ରୀ ଠାକୁର ଉପସ୍ଥିତ ରହି ବୈଠକରେ ସଙ୍ଘ ର ଆଗାମୀ କାର୍ଯ୍ୟପନ୍ଥା ଇପରେ ଆଲୋଚନା କରିଥିଲେ।ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରେରକ ମାନେ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସରକାରଙ୍କ “ସାକ୍ଷାର ଭାରତ ” କାର୍ଯ୍ୟକ୍ରମରେ ସାମିଲ ହୋଇ ୧୫ ବର୍ଷରୁ ଉର୍ଦ୍ଧ ଅଣସାକ୍ଷର ପୁରୁଷ ଓ ମହିଳାଙ୍କୁ ସାକ୍ଷର କରି ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ପଞ୍ଚାୟତର ବିପିଏଲ, ଏପିଏଲ ସର୍ଭେ, ଭତ୍ତା ବଣ୍ଟନ, ପିଡ଼ିଏସ ବଣ୍ଟନରେ ସହଯୋଗ କରୁଥିଲେ। ଜିଲ୍ଲାରେ ୫୪୭ ପ୍ରେରକ ନିୟୋଜିତ ଥିବାବେଳେ କୋକସରା ବ୍ଲକରେ ୨୦ଟି ପଞ୍ଚାୟତରୁ ୪୦ ଜଣ ପ୍ରେରକ ନିୟୋଜିତ ଥିଲେ। ମାସିକ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇ ପରିବାର ପ୍ରତିପୋଷଣ କରୁଥିଲେ। ସାକ୍ଷର ଭାରତ କାର୍ଯ୍ୟକ୍ରମ ବନ୍ଦ ହେବା ପରେ ବର୍ତ୍ତମାନ ପ୍ରେରକ ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଏବଂ ବିଭିନ୍ନ ସମୟରେ ଶିକ୍ଷା ବିଭାଗ ରେ ପୁନଃ ନିଯୁକ୍ତି ପାଇଁ ଦାବୀ କରି ଆସୁଛନ୍ତି। ବର୍ତ୍ତମାନ ସରକାରଙ୍କ ନୂତନ ସାକ୍ଷର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ଓ ଅଣସାକ୍ଷର ଚିହ୍ନଟ କରିବାକୁ ଚିଠି ହୋଇଛି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରି କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ଏହାକୁ ପ୍ରତିବାଦ କରି ରବିବାର ବ୍ଲକ ପ୍ରେରକ ସଙ୍ଘ ପକ୍ଷରୁ କୋକସରା ବ୍ଲକ ଅଧ୍ୟକ୍ଷା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୨ ଦଫା ନେଇ ଦାବିପତ୍ର ଅଧ୍ୟକ୍ଷା ଙ୍କ ପ୍ରତିନିଧି ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ପ୍ରଦାନ କରିଛନ୍ତି। ଦାବି ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗକୁ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। କାର୍ଯ୍ୟକ୍ରମ ରେ ପ୍ରେରକ ସଙ୍ଘ ର ବିଭିନ୍ନ ବ୍ଲକ ରୁ ଶତାଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ।