Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି ରେ ଅଭିଭାବକ ଶିକ୍ଷକ ବୈଠକ

ଓଡିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲି ରେ ଅଧ୍ୟକ୍ଷ ରମଣୀ କାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଦଶମ ଶ୍ରେଣୀ ପିଲାଙ୍କ ପ୍ରଥମ ଶିକ୍ଷକ ଅଭିଭାବକ ବୈଠକ ଆୟୋଜିତ ହୋଇ ଯାଇଛି । ଉକ୍ତ ବୈଠକ ରେ ଆସନ୍ତା ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପିଲାଙ୍କୁ କିପରି ପ୍ରସ୍ତୁତ କରାଯିବ ସେଥିପାଇଁ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବା ସହ ଅଭିଭାବକ ମାନଙ୍କ ସହିତ ଆଲୋଚନା କରାଯାଇ ଥିଲା । ଏହା ସହିତ ଶ୍ରୀଯୁକ୍ତ ସାହୁ ପିଲାଙ୍କ ପ୍ରଗତି ପାଇଁ ଶିକ୍ଷକଙ୍କ ସହ ଅଭିଭାବକଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ପ୍ରତ୍ୟେକ ବିଷୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜ ବିଷୟ ଗୁଡ଼ିକରେ ନେବାକୁ ଚାହୁଁ ଥିବା ପଦକ୍ଷେପ ମାନ ଆଲୋଚନା କରିଥିଲେ । ଅଭିଭାବକ ମାନେ ମଧ୍ୟ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଶ୍ରୀମତୀ ନମିତା ପାଧ।ନ ନିଜ ମତ ଦେଇ କହି ଥିଲେ ଯେ ବିଜ୍ଞାନ ଓ ଗଣିତ ବିଷୟକୁ ଆହୁରି ସ୍ପଷ୍ଟୀକରଣ କରି ବ୍ୟାଖ୍ୟା କଲେ ପିଲା ଉପକୃତ ହେବେ, ଏବଂ ଶ୍ରୀମତୀ ସାଧନା ବିଶି ଆଇକୋନିକ୍ ଆଦର୍ଶ ବିଦ୍ୟାଳୟର ପଢ଼ା କୌଶଳରେ ଖୁସି ବ୍ୟକ୍ତ କରିବା ସହ ମାଗଣା ମେଡିକାଲ୍ ଓ ଇଂରନୀୟରିଂ କୋଚିଙ୍ଗର ସୁବିଧା ଦିଆ ଯାଉଥିବାରୁ ଏହି ବିଦ୍ୟାଳୟର ଅନେକ ପ୍ରଶଂସା କରିଥିଲେ ଏବଂ ଓଡ଼ିଆ ଓ ଇଂରାଜୀ ବିଷୟରେ ପିଲାଙ୍କ ମଧ୍ୟରେ ଥିବା ଜଟିଳତା କୁ ସରଳୀକରଣ କରିବା ପାଇଁ ମତ ପ୍ରଦାନ୍ କଲେ ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦୁଷ୍ମନ୍ତ ମେହେର ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଲୁସି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ