Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଶ୍ରୁତି ଦେଇ ୨ଟି ରାସ୍ତା ମରାମତି କରାଇଲେ ବ୍ଲକ ଉପାଧ୍ୟକ୍ଷ।।

କୋକସରା/୨୫/୦୭ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଯମୁନାଗୁଡା ରୁ ତେନ୍ତୁଳିପଡା କୁ ସଂଯୋଗ କରୁଥିବା ରାସ୍ତା ଅସରାଏ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରେ ଭର୍ତ୍ତି ହୋଇଥିବା ବେଳେ ଯାତାୟାତ ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଯିବାଆସିବା କରୁଥିବା ବେଳେ କାଦୁଅ ସରସର ରାସ୍ତା ଯୋଗୁ ଅନେକ ସମୟରେ ସ୍କୁଲ କୁ ଯିବାରେ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ଏହାକୁ ନେଇ ଗ୍ରାମବାସୀ ମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଡାକି ରାସ୍ତା ର ଅବସ୍ଥା ଦେଖାଇବା ସହ ମରାମତି ପାଇଁ ଅଭିଯୋଗ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରତିଶ୍ରୁତି ନୁହେଁ ବରଂ ତ୍ୱରିତ ପଦକ୍ଷେପ ନେଇ ରାସ୍ତା ମରାମତି କରିବା ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହ ଆଲୋଚନା କରି ୨୪ ଘଣ୍ଟା ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ କରିଥିଲେ। ରାସ୍ତା ମରାମତି ପରେ ଯମୁନାଗୁଡା ରୁ ତେନ୍ତୁଳିପଡା କୁ ଯାତାୟାତ ସ୍ୱାଭାବିକ ହୋଇଛି। ସେହିପରି କାଶିବାହଲ ପଞ୍ଚାୟତ ସାରଙ୍ଗ ପଡା ରାସ୍ତା ମରାମତି କାର୍ଯ୍ୟ ମଧ୍ୟ ଲୋକଙ୍କ ଅଭିଯୋଗ ପରେ ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ରେ ସମ୍ପାଦନ ହୋଇଛି।ଏନେଇ ଯମୁନାଗୁଡା, ତେନ୍ତୁଳିପଡା ଓ ସାରଙ୍ଗପଡା ଗ୍ରାମର ଗ୍ରାମବାସୀ ମାନେ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ