Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ଦୁର୍ଘଟଣା, ଗାଡ଼ି ସହ ଜଳିଗଲା ଚାଳକ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ଆଜି ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ଼ ୫ ଟା ସମୟରେ ଏକ ଲୁହା ପଥର ବୋଝଇ ଟ୍ରକ (ରେଜିଷ୍ଟେସନ ନ. ଓଡି 35 ଏଫ୍ ୯୭୨୩) ସହ ଅନ୍ୟ ଏକ ସଫଳ ବୋଝେଇ ଟାଟା ମିନି ଟ୍ରକ (ରେଜିଷ୍ଟେସନ ନ. ଓଡି ୧୫ ଟି ୩୦୭୯) ମୁହାଁମୁହିଁ ଧକ୍କା ହୋଇଛି l ଲୁହା ବୋଝେଇ ଟ୍ରକ ଟି ଜମନକିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ମିନି ଟ୍ରକଟି ସମ୍ବଲପୁର ରୁ ଲହୁଣୀପଡ଼ା ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି। ଧକ୍କା ଫଳରେ ଗାଡିରେ ନିଆଁ ଲାଗିଯିବାରୁ ମିନି ଟ୍ରକରେ ଫସି ରହିଥିବା ଗାଡି ଚାଳକ ଗାଡ଼ିରେ ହିଁ ଜୀବନ୍ତ ପୋଡ଼ିଯାଇଥିବା ବେଳେ ଗୌଡ଼ପାଲି ପୋଲିସ ଗାଡ଼ିରେ ଥିବା ହେଲପର କୁ ଗାଡ଼ିରୁ ଉଦ୍ଧାର କରିଥିଲେ। ସେହିପରି ଲୁହାପଥର ବୋଝେଇ ଟ୍ରକ ଚାଳକ ଓ ହେଲପର ଘଟଣା ସ୍ଥଳରୁ ଫେରାର ମାରିଥିବା ସୂଚନା ମିଳିଛି। ଗୌଡ଼ପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମିନି ଟ୍ର ରେ ଫସିଥିବା ହେଲପର ଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ଙ୍କୁ ପଠାଇଛି। ଜମନକିରା ଓ ସମ୍ବଲପୁର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡ଼ାକ୍ତରଖାନାରେ କୁ ପଠେଇ ଅଧିକ ତଦନ୍ତ ଜାରି ରଖିଛି।