Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଚ ନେବା  ପଡ଼ିଲା  ମହଙ୍ଗା।, ପୋଲିସକୁ ବାନ୍ଧିଲା ପୋଲିସ

ବୌଦ୍ଧ: ଲାଞ୍ଚ ନେବା ଏଏସଆଇଙ୍କୁ ପଡ଼ିଲା  ମହଙ୍ଗା। ଆଉ ପୋଲିସକୁ ବାନ୍ଧିଲା ପୋଲିସ। ଭିଜିଲାନ୍ସ ଜାଲରେ ଡ଼ିଲେ ଅନୁଗୋଳ ଜିଲ୍ଲା କିଆକଟା ଥାନା ଏଏସ ଆଇ। 8 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସ ଆଇ ନବୀନ ଶତପଥୀ ଧରା ପଡ଼ିଛନ୍ତି। ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ପାରିବାରିକ କଳହ ମାମଲାର ରଫାଦଫା ପାଇଁ ଏଏସଆଇ ଲାଞ୍ଚ ନେଉଥିଲେ।

ସୂଚନା ଅନୁଯାୟୀ, ପାରିବାରିକ ମାମଲାକୁ ରଫାଦଫା କରିବା ପାଇଁ ୮ହଜାର ଟଙ୍କା ନେଉଥିବା ବେଳେ ପୋଲିସ ବାବୁ ଭିଜିଲାନ୍ସ ଧରାପଡିଛନ୍ତି । ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କ ଠାରୁ ଟଙ୍କା ନେଉଥିଲେ । ପୂର୍ବରୁ ୨ ହଜାର ଟଙ୍କା ନେବା ପରେ ପୁଣି ୧୫ ହଜାର ଟଙ୍କା ମାଗିଥିଲେ । ବୁଧବାର ୮ ହଜାର ଟଙ୍କା ନେଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରେ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଗତ  ୨୧ ତାରିଖରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା IIC ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଭିଜିଲାନ୍ସ ହାତରେ ଧରାପଡିଥିଲେ । ବେଆଇନ ବାଲି ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ସେ ଲାଞ୍ଚ ନେଉଥିଲେ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ