Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧି ସମୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ସମ୍ବଲପୁର:ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି ଯୋଜନାରେ ସଂଯୋଗୀକରଣ ପାଇଁ ଇଛୁକ ସାମ୍ବାଦିକ କୌଣସି ସ୍ୱୀକୃତିପ୍ରାପ୍ତ ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଆବଶ୍ୟକ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରୀ ହୋଇଛି I ସାମ୍ବାଦିକ ମାନେ ଆଗାମୀ ଅଗଷ୍ଟ ୭ ତାରିଖ ସୁଦ୍ଧା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ପୋର୍ଟାଲ http://owjws.odisha.gov.in ରେ ନିଜ ନାମକୁ ପଞ୍ଜିକରଣ କରିବା ସହ ଅନଲାଇନରେ ସ୍ୱାସ୍ଥ୍ୟବୀମା ନିମନ୍ତେ ଆବେଦନ ପତ୍ର ଦାଖଲ କରିବାକୁ ସୂଚନା ରହିଛି I ତେବେ, ପ୍ରଥମ କରି ଚଳିତ ବର୍ଷ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜିକରଣ ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି I ଗତ ବର୍ଷ ରାଜ୍ୟରେ ୮୭୧୭ ତଥା ସମ୍ବଲପୁର ଜ଼ିଲ୍ଲାରେ ୧୮୩ ପଞ୍ଜିକୃତ ସାମ୍ୱାଦିକଙ୍କ ସଂଖ୍ୟା ରହିଥିବାବେକେ ଯଦି ଏଭଳି ହୁଏ ତେବେ ଚଳିତ ବର୍ଷ ବହୁ ସାମ୍ବାଦିକ ସରକାରଙ୍କ ଏହି ଯୋଜନାରୁ ବାଦ ପଡ଼ିବାର ସମ୍ଭାବନା ରହିଛି I ଏଭଳି ସ୍ଥିତିରେ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ହିତାଧିକାରୀ ଚୟନ ପାଇଁ ଆବେଦନ କରିବାର ଅବଧି ତାରିଖ ବୃଦ୍ଧି କରିବା ପାଇଁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି I
ଏହି ମର୍ମରେ ଆଜି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ସମ୍ବଲପୁର ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବି ପତ୍ର ପ୍ରେରଣ କରିଛନ୍ତି I ଜ଼ିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳ ଅଜାମ୍ବର ମହାନ୍ତି ଏହି ଦାବି ପତ୍ର ଗ୍ରହଣ କରିଥିଲେ I ଦାବିପତ୍ର ପ୍ରଦାନ ସମୟରେ ସଂଘର ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ଶ୍ରବଣ ପତି, ସମୀର ଷଡ଼ଙ୍ଗୀ, ରାଜେଶ ବିଭାର, ସତ୍ୟଜିତ ମହାପାତ୍ର, ଲଳିତ ଶର୍ମା, ସୁବ୍ରତ ପାଢ଼ୀ, ମାନସ ନାୟକ, ନିଉଟନ ରାୟ, ନବୀନ ଦାଶ, ଗୁଣମଣୀ ବିଶ୍ୱାଳ, ଚୈତନ୍ୟ କୁମାର ନାୟକ, ଅମଳେନ୍ଦୁ ନାୟକ, ହରି ଶଙ୍କର ମିଶ୍ର, ମାନସ ସାହୁ, କୁନ୍ଦୁରୁ ଦାଶ, ନିଲୁ ସାହୁ, ଅନିଲ ଶ୍ରୀରାମକା, ସଂଜିପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହିତ ସଂଘର ପୂର୍ବ ପ୍ରଦତ୍ତ ଦାବି ଯଥା ସାମ୍ବାଦିକଙ୍କୁ ପେନସନ୍ ବୀମାଭୁକ୍ତ କରିବା, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା ଆଦି ୧୦ ଦଫା ଦାବି ଗୁଡିକ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ