Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମଣିପୁର ହିଂସା ଭାରତ ଭଳି ରାଷ୍ଟ୍ର ପ୍ରତି ବିପଦ!

ସମ୍ବଲପୁର: ଧର୍ମ ନିରପେକ୍ଷତା ଓ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ଭାରତର ପରିଚୟ ନଗ୍ନାଭିମୂଖି ଆଡକୁ ଗତି କରୁଛି। ମଣିପୁର ଘଟଣା ହେଉଛି ଏହାର ନଗ୍ନ ନମୁନା।ସାଂପ୍ରଦାୟିକ ହିଂସା,ମହିଳାଙ୍କ ପ୍ରତି ନୃଶଂସ ନିର୍ଯ୍ୟାତନା ଓ ହତ୍ୟା ଭଳି ଯେଭଳି ଜଘନ୍ୟ ଘଟୁଛି ତାହା ସମଗ୍ର ବିଶ୍ୱରେ ଏବେ ଭାରତ କେବଳ ଲଜ୍ଜିତ ହୋଇନି ବରଂ ଅପବାଦ ମୁଣ୍ଡାଇଲାଣି। ଏଭଳି କ୍ଷେତ୍ରରେ ରାଜ୍ୟ ଅବା କେନ୍ଦ୍ର ସରକାରଙ୍କ ନିରବତା ହିଂସା ବୃଦ୍ଧିର କାରଣ ସାଜିଛି। ଏହାର ପ୍ରତିବାଦରେ ପ୍ରୋଗ୍ରେସିଫ ସମ୍ବଲପୁର ବ୍ୟାନରରେ ଏକାଠି ହୋଇଛନ୍ତି ଛାତ୍ର ଜନତାଙ୍କ ଠାରୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ। ଏକାଠି ହୋଇ ଅଭିନବ ଢଙ୍ଗରେ ମଣିପୁର ଘଟଣାରେ ପ୍ରତିବାଦ ଜଣାଇଛନ୍ତି। ଅନୁଷ୍ଠାନର ଆବାହକ ସଞ୍ଜିତ ମହାନ୍ତିଙ୍କ ଆବାହକତ୍ୱରେ ଜିଲ୍ଲାର ବହୁମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।ଏହି ପ୍ରତିବାଦ ସଭାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ,ମଣିପୁର ମୁଖ୍ୟମନ୍ତ୍ରୀଙ୍କ ମୁଖା ପିନ୍ଧି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇ ମଣିପୁରର ଶାନ୍ତି ଫେରାଇ ଆଣି ଦୋଷି ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସାମ୍ନାରେ ଗୋଟିଏ ସ୍ୱରରେ ସମସ୍ତେ ଏକାଠି ହୋଇଛନ୍ତି।
ଏପରିକି ଏହା ପୁର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ଆସବ ଅଲ୍ଲିଖାଁଙ୍କ ନେତୃତ୍ୱରେ ମଧ୍ୟ ଏକ ବଡ ଧରଣର ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇ କଂଗ୍ରେସ ତାର ପୁରୁଣା ବଳ ଦେଖାଇବାରେ ସକ୍ଷମ ହୋଇଥିଲା। ଏଥିରେ କଂଗ୍ରେସର ବହୁ ବରିଷ୍ଠ ଓ ପୁରୁଖା ନେତା ମାନଙ୍କ ସହିତ ଦଳର ସମସ୍ତ କର୍ମକର୍ତ୍ତା ରହି ମଣିପୁର ହିଂସା ବିରୋଧରେ କଡା ଭାଷାରେ ବିଷୋଧଗାର କରିଥିଲେ