Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମ୍ବାଦିକ ସୁରକ୍ଷା ପ୍ରତି ବିଭିନ୍ନ ସଂଗଠନର ଗୁରୁତ୍ୱ

ସମ୍ବଲପୁର:ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ କିଛି ବର୍ଷ ପୂର୍ବରୁ ଆରମ୍ଭ କରିଥିବା “ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା”ରେ କେବଳ ୫ ଲକ୍ଷ ଟଙ୍କାର ବୀମା ସୁବିଧା ପାଇବେନାହିଁ। ବରଂ ଏଥିରେ ମୃତ୍ୟୁ ପରେ ପରିବାର କୁ ଆର୍ଥିକ ସହାୟତା,ପିଲାଙ୍କ ପାଠପଢା, କୋଭିଡ ମହାମାରୀରେ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଙ୍କା ସହାୟତା, ଗୃହ ଓ ଗାଡି ଋଣ ଇତ୍ୟାଦିର ସୁବିଧା ଘୋଷଣା କରିଛନ୍ତି। ତେବେ ଅଧିକାଂଶ ସାମ୍ବାଦିକ ବନ୍ଧୁ ସେମାନଙ୍କ ମିଡ଼ିଆ ହାଉସ ବା ସରକାରଙ୍କ ଠାରୁ ନିଜର ଏବଂ ନିଜ ପରିବାରର ଜୀବନ ଧାରଣ ପାଇଁ ରାସନ୍ କାର୍ଡ ଖଣ୍ଡିଏ ହାସଲ କରିଛନ୍ତି। ଅଧିକାଂଶ ସାମ୍ବାଦିକ ଭାଇ/ ଭଉଣୀ ଅଭାବ ଅନାଟନ ରେ ଗତି କରୁଛନ୍ତି। ଅନ୍ୟ ପକ୍ଷରେ ଦେଶର କୌଣସି ବ୍ୟକ୍ତି ଭୋକିଲା ରହିବେ ନାହିଁ ବୋଲି କେନ୍ଦ୍ର ସରକାର ୨୦୧୬ ମସିହାରେ ଏହି ଆଇନ ପ୍ରଣୟନ କରି ପ୍ରଥମେ ୫ ଟଙ୍କା,ପରେ ୩ ଟଙ୍କା ଏବଂ ରାଜ୍ୟ ସରକାର ତାଙ୍କ ଆଡୁ ୨ ଟଙ୍କା ଦେଇ ଚାଉଳ/ଗହମ କିଲୋ ପ୍ରତି ୧ ଟଙ୍କା ରେ ପରିବାରର ଜଣ ପିଛା ୫ କିଲୋ ଦେଲେ। ଏବେ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ମାଗଣାରେ ଏହି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ଦେଉଛନ୍ତି।
ତେବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରୋକ୍ତ ଆଇନ ପ୍ରଣୟନର କିଛି ବର୍ଷ ପରେ ରାଜ୍ୟ ସରକାର ଆଉ ଏକ ଜନପ୍ରିୟ ଜନ କଲ୍ୟାଣ ଯୋଜନା BSKY INSURANCE CARD ପ୍ରଦାନ କରିଛନ୍ତି।ଆଉ ଯେଉଁ ମାନେ କେନ୍ଦ୍ରର NFSA ରାସନ୍ କାର୍ଡ ର ସୁବିଧା ପାଉଛନ୍ତି ଓ ରାଜ୍ୟ ସରକାରଙ୍କ “(SFS)ଖାଦ୍ୟ ସୁରକ୍ଷା ଯୋଜନା” ରେ ମାସିକ ୫ କିଲୋ ଲେଖାଏଁ ପାଉଛନ୍ତି ସେମାନଙ୍କୁ ଏହି BSKY Health Insurance Card ପ୍ରଦାନ କରାଯାଇଛି। ଅର୍ଥାତ୍ ରାସନ୍ କାର୍ଡ ସହିତ ବିଶେଷ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ରାସନ୍ କାର୍ଡ ସହ BSKY Health Insurance Card ର କୌଣସି ସମ୍ପର୍କ ନାହିଁ।କିନ୍ତୁ ରାଜ୍ୟ ସରକାରଙ୍କ କିଛି ପଦାଧିକାରୀ ଅଯଥାରେ ସାମ୍ବାଦିକ ମାନଙ୍କୁ ପୋର୍ଟାଲ ରେ ଏହି ଅଜବ ସର୍ତ୍ତ ଆଣି ଅନେକ ଅଭାବୀ ସାମ୍ବାଦିକ ମାନଙ୍କୁ ପେଟକୁ ଦାନା ଗଣ୍ଡିକରେ ବାଧା ଦେବାକୁ ବ୍ୟବସ୍ଥା କରିଛନ୍ତି।ଗୋଟିଏ ପକ୍ଷରେ NFSA ରୁ ବଂଚିତ କରିବା କାହାର କୌଣସି ଅଧିକାର ନଥିବା ବେଳେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ଅଧିକାରୀ ତଥା ଯୋଗାଣ ବିଭାଗ ତଥା ବିଜୁ ସ୍ଵାସ୍ଥ୍ୟ ବୀମା ଦାୟିତ୍ଵ ରେ ଥିବା ଅଧିକାରୀ ମାନେ ଏପରି ଅଜବ ଯୁକ୍ତି ରଖୁଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା କାର୍ଡ ଯଦି ଜଣେ ବ୍ୟବହାର କରିବାକୁ ଆଗ୍ରହ କରୁଛି ଏବଂ ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନାରେ ବିଜୁ ସ୍ଵାସ୍ଥ୍ୟ ବୀମା କାର୍ଡ ଯଦି ଫେରାଇ ଦେବାକୁ ଚାହୁଁଛି,ସେଠି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନର ରାସନ୍ କାର୍ଡ ବାତିଲ ହେବ କେଉଁ ଆଇନ୍ କାନୁନ୍ ବଳରେ? ଏସମ୍ପର୍କରେ ଏସୟୁଜେ ସମେତ ଅନ୍ୟ କିଛି ସାମ୍ବାଦିକ ସଙ୍ଘ ରାଜ୍ୟ ସରକାରଙ୍କ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରି ସାମ୍ନାଦିକ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଓ ସାମ୍ବାଦିକଙ୍କ ବୀମା ଯୋଜନାର ସମୟ ସୀମା ବୃଦ୍ଧିକୁ ଗୁରୁତ୍ୱ ଦେଇଛନ୍ତି।