Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା, ତାରିଖ ଘୋଷଣା କଲା ବୋର୍ଡ

ଭୁବନେଶ୍ଵର: ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା। ଏ ନେଇ ଗୁରୁବାର ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)। ଫେବୃଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ଆୟୋଜିତ ହେବ। ଏହା ପରେ ମାର୍ଚ୍ଚ ୧୨ରୁ ଖାତା ଦେଖା ଆରମ୍ଭ ହେବ, ଯାହା ଅତି କମରେ ୧୨ ଦିନ ଚାଲିବ। ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଆସନ୍ତା ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ନେଇ ବୋର୍ଡ ବହୁ ସମୟ ପୂର୍ବରୁ ତାରିଖ ଘୋଷଣା କରିଛି। ଏଥିସହ ଦଶମ ଶ୍ରେଣୀରେ ଷାଣ୍ମାସିକ ପରୀକ୍ଷା ସେପ୍ଟେମ୍ବର ୧୩ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଯାହା ୨୦ ତାରିଖ ଯାଏଁ ଚାଲିଥିଲା । ପରୀକ୍ଷାକୁ ସୁପରିଚାଳନା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଓ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଚାଲିଥିଲା । କିନ୍ତୁ ଆସନ୍ତା ବର୍ଷ ସଅଳ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ